ହରିଶଙ୍କର ଉତ୍ସବରେ ଉତ୍କଳ ସେବକ ସମାଜର ଜନ ସଚେତନତା

0 190

ପାଟଣାଗଡ : ପଶ୍ଚିମ ଓଡିଶା ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ର ଐତିହାସିକ ଶୈବପୀଠ ହରିଶଙ୍କରରେ ନୃସିଂହ ଚତୁର୍ଦଶୀ ତଥା ହରିଶଙ୍କର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ସହାୟତାରେ ଉତ୍କଳ ସେବକ ସମାଜ ଦ୍ୱାରା ପରିଚାଳିତ ଲିଙ୍କ ଓ୍ୱାର୍କର ସ୍କିମ ପ୍ରକଳ୍ପ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଖପ୍ରାଖୋଲର ମିଳିତ ଉଦ୍ୟମରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଯଥା ଏଚଆଇଭି, ଏଡ୍ସ, ଯୈାନ ସଂକ୍ରମଣ ରୋଗ, ସିଫିଲିସ୍, ଟିବି ଓ ସୁବିଧାବାଦୀ ସଂକ୍ରମିତ ରୋଗ ସମ୍ବନ୍ଧରେ ଜନ ସଚେତନତା କରାଯାଛି। ତଦ୍ ସମ୍ବନ୍ଧୀୟ ଆଞ୍ଚଳିକ ଭାଷାରେ ଲିଖିତ ପତ୍ରିକା ମଧ୍ୟ ବଣ୍ଟନ କରାଗଲା। ଏହି ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖପ୍ରାଖୋଲର ଚିକିତ୍ସକ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଜରୁରୀକାଳିନ ଓ ସାଧାରଣ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥେଲେ। ଏଚଆଇଭି ସଂକ୍ରମିତ ବ୍ୟକ୍ତି ବିଶେଷଙ୍କୁ ଘୃଣା ଓ ବାସନ୍ଦ ନ କରିବାକୁ ସ୍ୱାକ୍ଷର ସହିତ ଶପଥ କରାଯାଇଥିଲା।
ଏହି ସମୟ ରେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା ଅଧିକାରୀ ଡାକ୍ତର ସୁରଜ କୁମାର ଦୀପ, ପିଏଚଇଓ, ସଂଗୀତା ସୁନା, ବି ପିଏମ୍, ରାକେଶ ରୋଶନ ମିଶ୍ରଙ୍କର ତତ୍ତ୍ବାବଧାନରେ ଉତ୍କଳ ସେବକ ସମାଜର କର୍ମୀ ଜିତେନ୍ଦ୍ର ସାଗର, ପ୍ରବାସ ନାଗ ଓ ଆନନ୍ଦ ବାରିକ ସହଯୋଗ କରିଥିଲେ।

hiranchal ad1
Leave A Reply

Your email address will not be published.

four × 3 =