ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ସରିଗଣ୍ଡା ଗ୍ରାମପଞ୍ଚାୟତ ରଂଗମାଟିଆ ଗାଁର ଲଲାଟେନ୍ଦୁ ଏବେ କୋମାରେ । ଜମିବାଡ଼ି ବିକ୍ରି, ଘର ବନ୍ଧା ପକାଇ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କଲା ପରେବି ସବୁ ନିଷ୍ଫଳ ।ଏବେ ସାହାଯ୍ୟ ଅପେକ୍ଷାରେ ଲଲାଟେନ୍ଦୁ ।
ପ୍ରାପ୍ତ ସୂଚନା ଅନୁସାରେ, ଏକ ଠିକାଦାରି ସଂସ୍ଥାରେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିବା ଲଲାଟେନ୍ଦୁଙ୍କ ଭାଗ୍ୟ ଆକାଶରେ, ଆଜକୁ ଛଅ ମାସତଳେ ଘୋଟି ଆସିଲା କଳା ବାଦଲ । ମଜୁରୀ ଟଂକା ଆଣିବା ପାଇଁ ଦଶପଲ୍ଲା ଯାଇଥିବାବେଳେ ଆକସ୍ମିକ ଭାବରେ ଏକ ବାଇକ୍ ଆସି ତାଙ୍କୁ ଧକ୍କା ଦେଇଥିଲା, ଫଳରେ ସେ ଗୁରୁତର ଆହତ ହୋଇ ପ୍ରାୟ ଦୁଇମାସ ପରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ହେଲେ ସେତିକିରେ ଦୁଃଖ ସରିଲାନାହିଁ ।
ଚିକିତ୍ସା ହୋଇ ଘରକୁ ଫେରିଲାପରେ ଧିରେ ଧିରେ ସମସ୍ତ ଅଂଗ ଅକାମି ହେବାରେ ଲାଗିଲା । ପରିବାର ଲୋକଙ୍କ ପାଖରେ ଥିବା ସମସ୍ତ ସମ୍ବଳ ଶେଷ ହେବାପରେ ଉନ୍ନତତର ଚିକିତ୍ସା ପାଇଁ ଜମିବାଡ଼ି ବିକ୍ରି କରି ଚିକିତ୍ସା କରିଥିଲେ । ଅଧିକ ଅର୍ଥ ଆବଶ୍ୟକ ପଡିବାରୁ ଶେଷରେ ଶେଷ ସମ୍ବଳ ମୁଣ୍ଡ ଗୁଂଜିବାକୁ ଥିବା ଘର ଖଣ୍ଡିକୁ ମଧ୍ୟ ବନ୍ଧା ପକାଇ ଲଲାଟେନ୍ଦୁଙ୍କ ଚିକିତ୍ସା କରିଥିଲେ । ହେଲେ ସମସ୍ତ ପ୍ରୟାସ ନିଷ୍ଫଳ ଓ ସମସ୍ତ ଅର୍ଥ ଶେଷହେବା ପରେ, ଏବେ କିଂ କର୍ତ୍ତବ୍ୟ ବିମୁଢ ହୋଇପଡିଛନ୍ତି ଲଲାଟେନ୍ଦୁଙ୍କ ପରିବାର । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରୋଗାକ୍ରାନ୍ତ ହେବା ପରେ, ଏବେ ଦୁଇବେଳା ଦୁଇମୁଠା ଖାଦ୍ୟ ପାଇଁ ସାହି ପଡିଶାଙ୍କ ଦାନ ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି । ଲଲାଟେନ୍ଦୁଙ୍କ ତିନିମାସର ଶିଶୁପୁତ୍ର ପାଇଁ ଖିର ଟୋପାଏ ମଧ୍ୟ ଯୋଗାଡ଼ କରିବା ପାଇଁ ପର ପାଖରେ ହାତ ପତାଇବାକୁ ପଡୁଛି ।
Sign in
Sign in
Recover your password.
A password will be e-mailed to you.
Prev Post