ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ

0 165

ଭୁବନେଶ୍ୱର,୧୬/୦୭ : ଆସନ୍ତା ୧୭ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଏହି ଦିନ ହେବାକୁ ଥିବା ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ କରିଛି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) । ଆସନ୍ତା ୧୭ ତାରିଖରେ ହେବାକୁ ଥିବା ସେବକ, ସେବିକା, ଆଦିବାସୀ ଭାଷା ଶିକ୍ଷକ (ଟିଏଲ୍‌ଟି) ପ୍ରିଲିମ୍‌ ନିଯୁକ୍ତି ନେଇ ପରୀକ୍ଷା କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଥିଲା । ହେଲେ ଓଡ଼ିଶା ବନ୍ଦ ପାଇଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆଗାମୀ ଦିନରେ ପରୀକ୍ଷା କେବେ ହେବ ତାର ସୂଚନା ପ୍ରଦାନ କରାଯିବ । ଏନେଇ ପରୀକ୍ଷାର୍ଥୀମାନେ ଓଏସ୍‌ଏସ୍‌ଏସ୍‌ସି ୱେବ୍‌ସାଇଟ୍‌ ଯାଞ୍ଚ କରିବାକୁ କୁହାଯାଇଛି । 

hiring

ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି, ଗତ ଜୁନ୍‌ ୧୭ ତାରିଖରେ ବିଜ୍ଞପ୍ତି ନମ୍ବର ୧୩୩୩ରେ ସେବକ/ ସେବିକା, ଟିଏଲ୍‌ଟିର ପ୍ରିଲିମ୍‌ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ସେହିପରି କମିଶନରେଟ ପୁଲିସ ପକ୍ଷରୁ ବୁଧବାର ହେବାକୁ ଥିବା ସପ୍ତମ ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ (ଓଏସ୍‌ଏପି)ଠାରେ ଗୃହରକ୍ଷୀ ନିଯୁକ୍ତିର ଶାରୀରିକ ପରୀକ୍ଷାକୁ ୨ ଦିନ ପାଇଁ ସ୍ଥଗିତ ରଖାଯାଇଛି । ୧୮ ତାରିଖରେ ସମାନ ସମୟ ଓ ସ୍ଥାନରେ ଏହି ପରୀକ୍ଷା କରାଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ଜଣାଇ ଦିଆଯାଇଛି । 

hiranchal ad1
Leave A Reply

Your email address will not be published.

fourteen − eight =