ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ

0 147

ହରଭଙ୍ଗା : ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକଠାରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଧୀନରେ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ରମେଶ ଚନ୍ଦ୍ର ତାରେନିଆଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ତିଲେଶ୍ୱର୍‌ ଗ୍ରାମପଞ୍ଚାୟତ ସରପଞ୍ଚ ଝୁନୁ ବେହେରା ଯୋଗ ଦେଇ ସରକାରଙ୍କର ଏହି ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀମାନେ ନିଜର ଲୁକାୟିତ ପ୍ରତିଭାର ବିକାଶ ପାଇଁ ଏହାର ସୁଯୋଗ ନେବା ଉଚିତ୍‌ ବୋଲି ମତ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ମୁଖ୍ୟ ନୋଡାଲ ଅଫିସର ଡ଼. ପ୍ରମୋଦ କୁମାର ମହାପାତ୍ର, ଅଧ୍ୟାପକ ଲଳିତ କୁମାର ମେହେର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପିକା ପୂଜା ରାଣୀ ଦେଓ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ସଭାରେ ସାଂସ୍କୃତିକ ପ୍ରତିଯୋଗିତାର ନୋଡାଲ ଅଫିସର ରଞ୍ଜିତ କୁମାର ସାମଲଙ୍କ ନେତୃତ୍ୱରେ ପ୍ରତିଯୋଗିତା ଗୁଡ଼ିକ ଅନୁଷ୍ଠିତ ହୋଇଥିଲା । ଆଜି ଫେଶନ ଓ କଷ୍ଟୁମ ପ୍ରତିଯୋଗିତା, ଝୋଟି ଓ ଗଳ୍ପ ପ୍ରତିଯୋଗିତା ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବେ ଅଧ୍ୟାପିକା ସୁଭ୍ରା ମଲ୍ଲିକା ପ୍ରଧାନ, ଦମୟନ୍ତୀ ନାୟକ, ସହକାରୀ ଶିକ୍ଷକ ମୃତ୍ୟୁଞ୍ଜୟ ସାହୁ, ଅଭିମନ୍ୟୁ ସାହୁ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

seventeen + 9 =