କଳିଙ୍ଗ ମହାବିଦ୍ୟାଳୟରେ ଯୁବ ସମ୍ବାଦ ଭାରତ-୨୦୪୭ କାର୍ଯ୍ୟକ୍ରମ

0 75

ଜି.ଉଦୟଗିରି: କଳିଙ୍ଗ ମହାବିଦ୍ୟାଳୟର ଏନ୍‌.ଏସ୍‌.ଏସ୍‌ ତରଫରୁ କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବ ମନ୍ତ୍ରଣାଳୟ ଆନୁକୂଲ୍ୟରେ ତଥା ରାଜ୍ୟ ଆଞ୍ଚଳିକ ନିର୍ଦ୍ଦେଶାଳୟ, ଭୁବନେଶ୍ୱରଙ୍କ ଅନୁଦାନରେ ଯୁବ ସମ୍ବାଦ ଭାରତ-୨୦୪୭ କାର୍ଯ୍ୟକ୍ରମ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଦେବବ୍ରତ ବାରିକ ଏବଂ ମୁଖ୍ୟବକ୍ତା ଭାବେ ଏନ୍‌.ଏସ୍‌.ଏସ୍‌ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡଃ ନଳିନୀ କୁମାର ପାଣିଗ୍ରାହୀ ଯୋଗଦେଇ ବିକଶିତ ଭାରତ ଗଠନରେ ଯୁବ ସମ୍ପ୍ରଦାୟ ପାଇଁ ପଞ୍ଚପ୍ରାଣର ଆବଶ୍ୟକତା ତଥା ଭାରତ-୨୦୪୭ ନିମନ୍ତେ ଯୁବ ସମ୍ପ୍ରଦାୟର ପ୍ରତିବଦ୍ଧତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପଞ୍ଚପ୍ରାଣର ମହତ୍ତ୍ୱ ଏବଂ ବିକଶିତ ଭାରତ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆୟୋଜିତ ପ୍ରବନ୍ଧ ଓ ବତ୍କୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଏବଂ ପୁରସ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗିରିଶ୍‌ ମୁଠାମାଝି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ସରିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

four + 17 =