ମହରମ ଉପଲକ୍ଷେ ଶାନ୍ତି କମିଟି ବୈଠକ

0 71

ଚମ୍ପୁଆ,୧୬ା୭: ଚମ୍ପୁଆ ଥାନା ସଭା ଗୃହ ଠାରେ ଏସଡିପିଓ ବିଜୟ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ମହରମ ପର୍ବ ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚମ୍ପୁଆ ବିଜ୍ଞାପିତ ଅଂଚଳ ପରିଷଦ ଚେୟାରମ୍ୟାନ ଗିରିଜା ଶଙ୍କର ସାହୁ ଯୋଗ ଦେଇଥିବା ବେଳେ ଥାନା ଅଧିକାରଣୀ ଦେବକୀ ନାଏକ ଏହାକୁ ପରିଚାଳନା କରିଥିଲେ । ଭାଇଚାରାର ସହର ଚମ୍ପୁଆରେ ସାମ୍ପ୍ରଦାୟିକ ସଦଭାବନା ବଂଚାଇ ରଖିବା ଲକ୍ଷ୍ୟ ନେଇ ଅନୁଷ୍ଠିତ ଏହି ବୈଠକରେ ଉଭୟ ସମ୍ପ୍ରଦାୟର ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ । ବିଶେଷ ଭାବରେ ଏହି ପର୍ବ ମସଜିଦ ଭିତରେ ପାଳନ କରାଯାଉଛି ବୋଲି ଏମଡି ମହତାବ ସୂଚନା ଦେବା ସହିତ ସବୁ ବର୍ଷ ଭଳି ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ ବୋଲି ପ୍ରସ୍ତାବ ଗୃହିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସତ୍ୟବାନ କର, କାଶିନାଥ ବେହେରା, ଶୁବାସ ରାମ, ଏମଡି ମୁସଲିମ୍‌, ଫିଆଜ୍‌ ଆଲାମ୍‌, ଏମ୍‌ଡି ଅଦି ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

4 − two =