ସଲମାନ ଖାନଙ୍କ ପିତାଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା

0 64

ମୁମ୍ବଇ: ହିନ୍ଦୀ ସିନେମାର ଜଣେ ପ୍ରସିଦ୍ଧ ଲେଖକ ଏବଂ ବଲିଉଡ ଭାଇଜାନ ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା । ସଲିମ୍‌ ହଠାତ୍ ଅସୁସ୍ଥ ହୋଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସଲମାନ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖବର ପାଇବା ପରେ ତୁରନ୍ତ ହସ୍ପିଟାଲରେ ପହଞ୍ଚିଛନ୍ତି । ସଲିମଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବାରୁ ପ୍ରଶଂସକମାନେ ଗଭୀର ଚିନ୍ତିତ ଏବଂ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛନ୍ତି।

hiring

ହେଲେ ପରିବାର ପକ୍ଷରୁ ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ । ସଲିମଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ପ୍ରସାରିତ ହେବା ମାତ୍ରେ, ପ୍ରଶଂସକମାନେ ସୋସିଆଲ ମିଡିଆରେ ନିଜର ଚିନ୍ତା ପ୍ରକାଶ କରିବା ଏବଂ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ସଲିମ ଖାନ ୯୦ ବର୍ଷ ବୟସର ଏବଂ ତାଙ୍କୁ ହିନ୍ଦୀ ସିନେମା ଇତିହାସର ସବୁଠାରୁ ପ୍ରଭାବଶାଳୀ ଲେଖକଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ।

hiranchal ad1
Leave A Reply

Your email address will not be published.

three × one =