ବୌଦ୍ଧ ପୋଲିସ୍‌ ଦ୍ୱାରା ବାଇକ ଚୋରି ରାକେଟର ପର୍ଦ୍ଦାଫାସ; ୧୨ ବାଇକ ଉଦ୍ଧାର, ୪ ଗିରଫ

0 111

ବୌଦ୍ଧ : ବୌଦ୍ଧ ପୁଲିସକୁ ମିଳିଛି ବଡ ସଫଳତା । ୧୨ ଚୋରି ବାଇକ୍‌ ଉଦ୍ଧାର କରିବା ସହ ୪ ଜଣଙ୍କୁ ଗିରଫ କରିଛି ବୌଦ୍ଧ ପୁଲିସ । ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରି ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ରାଜ୍‌ ପ୍ରସାଦ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବୌଦ୍ଧ ଥାନା ପୋଲିସ୍‌ ଏକ ବାଇକ ଚୋରୀ ରାକେଟର ପର୍ଦ୍ଦାଫାସ କରିଛି । ବିଭିନ୍ନ ସ୍ଥାନରୁ ୧୨ ଗୋଟି ଚୋରି ବାଇକକୁ ଉଦ୍ଧାର କରିବା ସହ ୪ ବାଇକ୍‌ ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଚୋରି ବାଇକ ଗୁଡିକ ବୌଦ୍ଧ, କନ୍ଧମାଳ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲା ଅଂଚଳର ହୋଇଥିବା ସେ ସୂଚନା ଦେଇଛନ୍ତି । ଗିରଫ ୪ ଅଭିଯୁକ୍ତ ହେଲେ ପୁରୁଣା କଟକ ଥାନା ତିଲେଶ୍ୱର୍‌ ଗ୍ରାମର ବିଜୟ ନାଏକ ଓ ଅନୀଲ୍‌ କୁମାର ସାହୁ, ଟଭା ପଦର ଗ୍ରାମର ସୁରେନ୍ଦ୍ର ଜଗଦଲା ଏବଂ ହରଭଙ୍ଗା ଥାନା ବୁଢୀକନ ଗ୍ରାମର ଅରିନ ନାଏକ ହୋଇଥିବା ଜଣାପଡିଛି । ବୌଦ୍ଧ ଜିଲ୍ଲାରେ କ୍ରମାଗତ ଭାବରେ ବାଇକ ଚୋରି ମାମଲା ବୃଦ୍ଧି ପାଇଥିବା ବେଳେ ଆରକ୍ଷୀ ଅଧୀକ୍ଷକ ଏ ସମ୍ପର୍କରେ ସବୁ ଥାନାରେ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲେ । ଫଳ ସ୍ୱରୂପ ବୌଦ୍ଧ ଆଦର୍ଶ ଥାନା ଆଇଆଇସି ରଞ୍ଜିତ କୁମାର ମୁନୀଙ୍କ ତତ୍ତ୍ୱାବଧାନରେ ବୌଦ୍ଧ ଥାନା ପୋଲିସ୍‌ ବାଇକ ଚୋରି ରାକେଟ୍‌ ଠାବ କରିବାରେ ସଫଳ ହୋଇଛି । ଏ ସମ୍ପର୍କରେ ବୌଦ୍ଧ ଥାନା ପୋଲିସ୍‌ ପକ୍ଷରୁ ଅଧିକ ତଦନ୍ତ ଚାଲିଥିବା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

14 − three =