ଦାରିଙ୍ଗବାଡ଼ିରେ ଭୀମଭୋଇ ସାମର୍ଥ୍ୟ ଶିବିର

0 77

ଦାରିଙ୍ଗବାଡି : ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଦାରିଙ୍ଗବାଡ଼ି ବ୍ଲକ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୩୪ ଜଣ ଭିନ୍ନକ୍ଷମ ନାମ ପଞ୍ଜିକୃତ କରିଥିଲେ । ସେମାନଙ୍କୁ ବିଶେଷଜ୍ଞ ମାନଙ୍କ ଦ୍ୱାରା ପରୀକ୍ଷା କରାଯାଇ ଶ୍ରବଣ ସମସ୍ୟାରେ ୨୯ ଜଣ, ଅସ୍ଥି ଶଲ୍ୟ ବିଭାଗରେ ୧୧୨ ଜଣ, ମାନସିକ ବିକାରଗ୍ରସ୍ତ ୪୨ ଜଣ, ୨୯ଜଣ ଦୃଷ୍ଟି ବାଧିତ ଓ ୪୨ ଜଣ ସିକିଲସେଲଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ହୁଇଲ ଚେୟାର ୨ଜଣଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିବା ବେଳେ ୮ଜଣକୁ ବସ ପାସ ଦିଆଯିବା ନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷିତିଶ ପ୍ରିୟଦର୍ଶୀ ସାହୁ ସୂଚନା ଦେଇଛନ୍ତି । ଏହି ଶିବିରରେ ୧୧ଟି ଷ୍ଟଲ ଖୋଲାଯାଇ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା । ଶିବିରରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର ବିଶେଷଜ୍ଞମାନେ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଦାରିଙ୍ଗବାଡ଼ି ତହସିଲଦାର ଶରତ ଶବର, ଗୋଷ୍ଠୀ ଚିକିତ୍ସାଧିକାରୀ ଯାକେଶ ସାମନ୍ତରାୟ, ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶିବିର ପରିଚାଳନାରେ ସହାୟତା କରିଥିଲେ । ତେବେ ଶିବିରକୁ ଆସିଥିବା ମାନସିକ ଅନଗ୍ରସର ଶିଶୁ ଓ ବ୍ୟକ୍ତିଙ୍କ ଚିକିତ୍ସା ନକରି ସିଧାସଳଖ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ପରୀକ୍ଷା କରିବା ପାଇଁ ଡାକ୍ତର ମାନେ କହିବାରୁ ଦୂର ଦୁରାନ୍ତରୁ ଆସିଥିବା ଗରିବ ଶ୍ରେଣୀର ଲୋକେ ଯଦି ଦାରିଙ୍ଗବାଡିରେ ଚିକିତ୍ସା ଶିବିର କରାଯାଉଛି,ଏଠି ପ୍ରମାଣ ପତ୍ର ମିଳିବା ଆଶା ନେଇ ଆସିଥିଲୁ କିନ୍ତୁ ଏଠାକୁ ଆସିବା ପରେ ଫୁଲବାଣୀ ଯିବାକୁ ଡାକ୍ତର ମାନେ କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seven − four =