ପିଏମ୍‌-ଜନମନ ସଚେତନତା କାର୍ଯ୍ୟକ୍ରମ

0 22

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ସୌରା ଉନ୍ନୟନ ସଂସ୍ଥା,ଚନ୍ଦ୍ରଗିରି ଓ ବିଭିନ୍ନ ସରକାରୀ ବିଭାଗର ମିଳିତ ଆନୁକୁଲ୍ୟରେ ଆର.ଉଦୟଗିରି ତହସିଲ ଅଧିନସ୍ଥ ମହେନ୍ଦ୍ରଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଜନମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ଦ୍ୱାରା ପଞ୍ଚାୟତର ସୌରା ଆଦିମ ଅଧିବାସୀ ପିଭିଟିଜିମାନଙ୍କୁ ବିଭିନ୍ନ ମୌଳିକ ସୁବିଧା ପ୍ରଦାନ ପାଇଁ ପ୍ରଚେଷ୍ଟା କରାଯାଇ ସଚେତନତା କରଯାଇଥିଲା । ଏଥି ମଧ୍ୟରେ ତହସିଲ କାର୍ଯ୍ୟାଳୟ ତରଫରୁ ମୋଟ ୨୧ ଜଣ ହିତାଧିକାରୀଙ୍କୁ ମୋ ଜଙ୍ଗଲ ଜମି ଯୋଜନାରେ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯିବା ସହ ଅନ୍ୟ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତହସିଲଦାର ଉଦୟଗିରି ଜ୍ୟୋତିମୟ ଦାସ, ବନମାଳି ଭୂୟାଁ, ସ୍ୱତନ୍ତ୍ର ଅଧିକାରୀ ଏସଡିଏ ଚନ୍ଦ୍ରଗିରି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲାରିମନ୍‌ ଖର୍ସେଲ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଶ୍ରୀମତୀ ନିବେଦିତା ପଣ୍ଡା, ସିଡ଼ିପିଓ ଶ୍ରୀମତୀ ଲଳିତା ପୂଜାରୀଙ୍କ ସମେତ ବିଭିନ୍ନ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

6 − three =