ସାକ୍ଷୀଗୋପାଳ ମନ୍ଦିରରୁ ଲୁଟ ଘଟଣା, ୨ ଲୁଟେରାଙ୍କୁ ଗିରଫ କଲା ପୁଲିସ

0 123

ପୁରୀ : ପୁରୀ ସାକ୍ଷୀଗୋପାଳ ମନ୍ଦିରର ଦାନ ବାକ୍ସରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟ ଘଟଣାରେ ସଂପୃକ୍ତ ଥିବା ଦୁଇ ଲୁଟେରା ଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ବିଶ୍ୱନାଥପୁରର ଶ୍ରୀଧର ମିଶ୍ର ଓ ନୂଆଗାଁ ର ମୁନା ମିଶ୍ର । ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଚଢ଼ାଉ କରି ଏହି ଦୁଇ ଲୁଟେରାଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତଙ୍କ ଠାରୁ ୨୦୮ ଗ୍ରାମ ସୁନା ଅଳଂକାର, ୬୭ ହଜାର ଟଙ୍କା ସହ ସିସିଟିଭି ମନିଟରକୁ ପୋଲିସ୍‌ ଜବତ କରିଛି । ସେହିପରି ଏକ ଅଟୋରେ ସେମାନେ ଚୋରି କରି ପଲାଇ ଯାଇଥିବା ବେଳେ ଉକ୍ତ ଅଟୋକୁ ପୋଲିସ ଜବତ କରିଛି । ସତ୍ୟବାଦୀ ଥାନାରେ ଏକ ସାମ୍ୱାଦିକ ସମ୍ମିଳନୀରେ ପୁରୀର ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି ଏହି ସୂଚନା ଦେଇଛନ୍ତି । ତେବେ ପୋଲିସ୍‌ର କହିବା କଥା ଅଭିଯୁକ୍ତ ମାନେ ଗତକାଲି ରାତି ଏହି ଲୁଟ କରିଥଲେ । ପରେ ଖବର ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ଗିରଫ ଅଭିଯୁକ୍ତ ଦୁଇ ଜଣ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ମନ୍ଦିରରୁ ଚୋରି ଘଟଣାରେ ପୁର୍ବରୁ ଗିରଫ ହୋଇଥିବାରୁ ଏମାନଙ୍କ ଉପରେ ପୋଲିସ ସନ୍ଦେହ କରିଥିଲା । ପରେ ସେମାନଙ୍କ ବିଷୟରେ ତଥ୍ୟ ନେଇଥିଲା ପୋଲିସ୍‌ । ତେବେ ଦୁଇ ଜଣ ଅଭିଯୁକ୍ତ ଘରେ ନଥିବା ବେଳେ ମୋବାଇଲ ଅଫ ଥିଲା । ସେହିପରି ଗତକାଲି ରାତି ଏହି ଦୁଇ ଜଣ ମନ୍ଦିର ନିକଟ ରେ ବୁଲାବୁଲି କରିଥିବା ପୋଲିସ୍‌ ତଥ୍ୟ ପାଇଥିଲା । ତେବେ ଅଭିଯୁକ୍ତ ଦୁଇ ଜଣଙ୍କୁ ପୋଲିସ ଖୋଜାଖୋଜି କରିବା ପରେ ଗାଁ ପାଖରୁ ଶ୍ରୀଧରକୁ ପୋଲିସ୍‌ ଧରିଥିଲା । ପରେ ପଚରା ଉଚରା ପରେ ଶ୍ରୀଧର ସବୁ ମାନିଯାଇଥିଲା । ପରେ ତାର ସହଯୋଗୀ ମୁନା ମିଶ୍ରକୁ ପୋଲିସ ଗିରଫ କରିଥିଲା । ତେବେ ଏହି ଦୁଇ ଅଭିଯୁକ୍ତଙ୍କ ଠାରୁ ଆହୁରି ଅନେକ ସମଗ୍ରୀ ମିଳିଥିବାରୁ ଏମାନେ ଅନ୍ୟ ଜିଲ୍ଲାରେ ମନ୍ଦିର ଚୋରି ରେ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି । ତେବେ ଦୁଇ ଅଭିଯୁକ୍ତକୁ ପୋଲିସ୍‌ ରିମାଣ୍ଡ ରେ ଆଣି ଅଧିକ ପଚରା ଉଚରା କରିବ । ସେହିପରି ଚୋରି ଘଟଣା ପରେ ସତ୍ୟବାଦି ଅଂଚଳ ରେ ଥିବା ବିଭିନ୍ନ ପୁରାତନ ମନ୍ଦିର ର ସୁରକ୍ଷା ନେଇ ଆଶଙ୍କା ସୃଷ୍ଟ ହୋଇଚି । ତେବେ ପୋଲିସ୍‌ ମନ୍ଦିର ଗୁଡିକର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଯୋଜନା କରିବାକୁ ବୁଦ୍ଧିଜୀବୀ ମତ ଦେଇଛନ୍ତି । ସେପଟେ ମନ୍ଦିର ଗୁଡିକର ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ଆଗାମୀ ଦିନ ରେ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ପୁରୀ ଅତିରିକ୍ତ ଏସପି କହିଥିବା ବେଳେ ଗାଁ କମିଟି ଗୁଡ଼ିକ ମନ୍ଦିର ରେ ସିସିଟିଭି ଲଗାଇବା ପାଇଁ ପୋଲିସ୍‌ ପରାମର୍ଶ ଦେଇଛି ।

hiranchal ad1
Leave A Reply

Your email address will not be published.

two + 9 =