ନାବାଳକ ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ପୁଲିସ, ଯୌନ ସୁଖ ପାଇଁ ପରିତ୍ୟକ୍ତ ଘରକୁ ନେଇଥିଲା ଅଭିଯୁକ୍ତ

0 92

ପୁରୀ : ଡେଲାଙ୍ଗ ରତନପୁରର ୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଯୌନ ସୁଖ ପାଇଁ ଆଶୀର୍ବାଦକୁ ପରିତ୍ୟକ୍ତ ଘରକୁ ନେଇଥିଲା ଅଭିଯୁକ୍ତ ବାପି ବୋଲି ପୁରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ବିନୀତ ଅଗ୍ରୱାଲ । ଅଭିଯୁକ୍ତ ସେଠାରେ ୧୦୦ ଟଙ୍କା ମୂଲ୍ୟର ୪ଟି କ୍ରିକେଟ ବଲ୍‌ର ପ୍ରଲୋଭନ ଦେଖାଇଥିଲା ।ଟଙ୍କା ବଦଳରେ ନାବାଳକ ଜଣଙ୍କର ପ୍ୟାଣ୍ଟ୍ ସାର୍ଟ ଖୋଲି ଯୌନାଙ୍ଗ ଦେଖିଥିଲା ଅଭିଯୁକ୍ତ ।ପରେ ନାବାଳକ ଆଶୀର୍ବାଦ ୧୦୦ ଟଙ୍କା ମାଗିବାରୁ ଅଗ୍ରାହ୍ୟ କରିଥିଲା ଅଭିଯୁକ୍ତ ବାପି ।ସେହି ସମୟରେ ନାବାଳକର ଦାଦା ଜୋରରେ ତାକୁ ଡାକିଥିଲେ ।ତେଣୁ ଦାଦା ଏବଂ ଗ୍ରାମବାସୀ ଙ୍କୁ ଘଟଣା ସମ୍ପର୍କରେ କହିଦେବା ପାଇଁ ଅଭିଯୁକ୍ତକୁ ଚେତାବନୀ ଦେଇଥିଲା ନାବାଳକ । ଭୟଭୀତ ହୋଇ ଗଞ୍ଜି ରେ ନାବାଳକର ମୁହଁକୁ ଚାପି ଧରିଥିଲା ଅଭିଯୁକ୍ତ । ଭୟରେ ମଳ ତ୍ୟାଗ କରିଥିଲା ନାବାଳକ । ନାବାଳକର ମୃତ୍ୟୁ ସନ୍ଦେହ କରି ତାକୁ ଏକ ପାଇଖାନା ଟାଙ୍କିରେ ପକାଇ ଦେଇଥିଲା ଅଭିଯୁକ୍ତ ବାପି ଓରଫ ପ୍ରଭାକର ସାହୁ । ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଫରୱାର୍ଡ କରାଯାଇଅଛି । ଆବଶ୍ୟକ ସ୍ଥଳେ ଅଭିଯୁକ୍ତ କୁ ରିମାଇଣ୍ଡ ରେ ଆଣିବ ପୋଲିସ । ଫାଷ୍ଟ ଟ୍ରାକ କୋର୍ଟରେ ପକାଇ ପରିବାରକୁ ଶୀଘ୍ର ନ୍ୟାୟ ଦେବା ପାଇଁ ପ୍ରସ୍ତୁତ ହେଉଛି ପୋଲିସ ବୋଲି ଏସପି କହିଛନ୍ତି ।

hiranchal ad1
Leave A Reply

Your email address will not be published.

7 + 9 =