ବିଶ୍ୱ ଯୋଗ ଦିବସ ପାଳିଲେ ଜାପାନୀ ପର୍ଯ୍ୟଟକ

0 79

ପୁରୀ : ବିଶ୍ୱ ଯୋଗ ଦିବସ ଅବସରରେ ଭାରତ-ଜାପାନ ଫେଣ୍ଡସିପ୍‌ ସେଣ୍ଟର ପକ୍ଷରୁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ୨୫ଜଣ ଜାପାନୀ ପର୍ଯ୍ୟଟକ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ । ଯୋଗ କରିବା ଦ୍ୱାରା ମଣିଷର ଶରୀର ସୁସ୍ଥ ରହିବା ସହ ମାନସିକ ଚିନ୍ତା ଦୂର ହୋଇପାରୁଛି । ତତ୍‌ ସହିତ ଭାରତ-ଜାପାନ ସେଣ୍ଟର ଚରଫରୁ ପର୍ଯ୍ୟଟକମାନଙ୍କୁ ଯୋଗ ପ୍ରଶିକ୍ଷଣ ଦିଆଯାଉଛି । ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ କହିଲେ ଯେ, ଏଭଳି ଶିବିର ଆୟୋଜନ ହେବା ଦ୍ୱାରା ଭାରତ ଓ ଜାପାନ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ପାଇବା ପରିଲକ୍ଷିତ ହେଉଛି । ଫଳରେ ପ୍ରତିବର୍ଷ ଜାପାନ ପର୍ଯ୍ୟଟକଙ୍କ ସଂଖ୍ୟା ଓଡ଼ିଶାକୁ ଆଗମନ ବୃଦ୍ଧି ପାଉଛି । ଏଥିସହ ସେଣ୍ଟର ପକ୍ଷରୁ ମଧ୍ୟ ଜାପାନରେ ଯୋଗ ଶିବିର ସହ ଓଡିଶାର କଳା,ସଂସ୍କୃତି ଓ ପର୍ଯ୍ୟଟନ ସମ୍ପର୍କରେ ଆଲୋକପାତ କରାଯାଉଛି । ଏହାଦ୍ୱାରା ଭାରତର ଅର୍ଥନୀତି ସୁଦୃଢ ହେବା ସହ ପୁରୀ ପର୍ଯ୍ୟଟନ ଶିଳ୍ପରେ ଉନ୍ନତି ହୋଇପାରିବ । ଆଗାମୀ ଦିନରେ ଜାପାନରେ ଯୋଗ ଶିବିର ଆୟୋଜନ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବରିଷ୍ଠ ଯୋଗ ପ୍ରଶିକ୍ଷକ ପ୍ରକାଶ କୁମାର ଗୋଛି ।

hiranchal ad1
Leave A Reply

Your email address will not be published.

seventeen − ten =