ଓଡ଼ଗାଁ ରଘୁନାଥ ମନ୍ଦିରରେ ଅଣ ସେବାୟତଙ୍କ ଦାଦାଗିରି

0 62

ଦଶପଲ୍ଲା : ନୟାଗଡ ଜିଲ୍ଲା ଓଡଗାଁ ଠାରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିରରେ ଚାଲିଥିବା ଓଡିଶା ପ୍ରସିଦ୍ଧ ରାମନବମୀ ଯାତ୍ରା ସମୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମନ୍ଦିର ଭିତରେ ଥିବା ଅର୍ଗଳୀର ଭିତର ପାଖରେ ଏକ ବାହାରର ବ୍ୟକ୍ତି ଉପସ୍ଥିତ ରହି ଦର୍ଶନ କରିବାକୁ ଯାଉଥିବା ଭକ୍ତ ମାନଙ୍କୁ ଖରାପ ବ୍ୟବହାର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରିକି ସମ୍ବାଦ ପରିବେଷଣ ପାଇଁ ଭିଜୁଆଲ ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମାନେ ମଧ୍ୟ ଏଥିରୁ ବାଦ ପଡିନଥିଲେ । ପ୍ରକାଶ ଥାଉକି ମନ୍ଦିର ଭିତରେ ଥିବା ଅରଗଳିର ପଛ ପାଖ ହେଉଛି ଏକ ପବିତ୍ର ସ୍ଥାନ । ଏହି ସ୍ଥାନରେ ମନ୍ଦିରରେ ସମସ୍ତ ନୀତିକାନ୍ତି ସମ୍ପାଦନ କରାଯାଏ । ଏହି ଜାଗାରେ କେବଳ ମନ୍ଦିରର ପୂଜାପଣ୍ଡା ମାନେ ରହିପାରିବେ । ଏହି ଜାଗାକୁ କୌଣସି ସାଧାରଣ ବ୍ୟକ୍ତି ପ୍ରବେଶ କରିବା ମନ୍ଦିର ପରମ୍ପରର ବିରୋଧ ଅଟେ । ଏ ବିଷୟରେ ଆମେ ତୁରନ୍ତ ମନ୍ଦିର କାର୍ଯ୍ୟାଳୟର ସୁପରଭାଇଜରଙ୍କର ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ସେହି ବ୍ୟକ୍ତିଙ୍କୁ ମୁଁ ନିଯୁକ୍ତି କରିଛି । ମନ୍ଦିର ଭିତରେ ଯଦି କୌଣସି ଭକ୍ତ ଫଟୋ ଉଠାନ୍ତି ତେବେ ସେ ତାଙ୍କୁ ମନା କରିବ । ବର୍ତ୍ତମାନ ପ୍ରସିଦ୍ଧ ରାମନବମୀ ଯାତ୍ରା ଚାଲିଥିବାରୁ ମନ୍ଦିର ଭିତରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ଉପସ୍ଥିତ ଅଛନ୍ତି । ସୁପରଭାଇଜର ମହାଶୟ ପୋଲିସ ପାଖରେ ଅଭିଯୋଗ କରି ସେମାନଙ୍କର ସାହାଯ୍ୟ ନେଇପାରିଥାନ୍ତେ, କିନ୍ତୁ କେଉଁ ଅଧିକାରରେ ସେ ନିଜେ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି କରି ମନ୍ଦିରର ଅରଗଳି ଭିତର ପର୍ଯ୍ୟନ୍ତ ପଠାଇଦେଇ ପାରିଲେ । ଏହା ମନ୍ଦିରର ସୁସ୍ଥ ପରିବେଶ ଉପରେ କୁଠାରଘାତ ନୁହେଁ କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ବିଷୟରେ ଆମେ ମନ୍ଦିର ପରିଚାଳନାର ମୁଖ୍ୟ ତଥା ନୟାଗଡର ଉପଜିଲ୍ଲାପାଳଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ । କିନ୍ତୁ ସେ ଫୋନ ଉଠାଇ ନ ଥିଲେ । ଆଜି ଯୋଗାଯୋଗ କରିବାରୁ ସେ ଫୋନ ଉଠାଇ ସବୁ ଶୁଣିସାରିବା ପରେ ମୁଁ ଏକ ମିଟିଂରେ ଅଛି କହି ପ୍ରଶ୍ନକୁ ଏଡାଇଦେଇ ଫୋନ କାଟିଦେଇଥିଲେ । ଯଦି ମନ୍ଦିର ଭଳି ଏକ ପବିତ୍ର ସ୍ଥାନରେ ପରମ୍ପରାକୁ ଭଂଗାଯାଇ ଏଭଳି ପରିବେଶ ସୃଷ୍ଟି କରାଯିବ ତେବେ ଏହା ହିନ୍ଦୁ ମାନଙ୍କର ଆଧାତ୍ମିକ ଭାବନା ଉପରେ କୁଠାର ଘାତ କରୁନାହିଁ କି ? ଏହାର ବିଦ୍ଧିବଦ୍ଧ ତଦନ୍ତ କରାଯାଇ ସ୍ଥାୟୀ ସମାଧାନ୍‌ କରିବା ପାଇଁ ସର୍ବସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

two + 18 =