ଗୋ-ବନ୍ଧ୍ୟା ସମ୍ପର୍କିତ ଆଲୋଚନା ଚକ୍ର ଓ ପ୍ରାଣୀ ସ୍ୱାସ୍ଥ୍ୟ ଶିବିର

0 235

ହରଭଙ୍ଗା:ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ହରଭଙ୍ଗା ବ୍ଲକ ଧଳପୁର ଗ୍ରାମରେ ଏକ ଗୋ-ବନ୍ଧ୍ୟା ସମ୍ପର୍କିତ ଆଲୋଚନା ଚକ୍ର ଓ ପ୍ରାଣୀଚିକିତ୍ସା ଶିବିର ଆୟୋଜନ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା । ଏହି ଚିକିତ୍ସା ଶିବିରରେ ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ବିରେନ୍ଦ୍ର କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ହରଭଙ୍ଗା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ପ୍ରତିଭା ପାଢ଼ୀ ଓ ଧଳପୁର ଭାରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ ନିରଞ୍ଜନ ପାତ୍ର ଉପସ୍ଥିତ ରହି ପ୍ରାଣୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ବିତରଣ କରିଥିଲେ । ଏଥିରେ ବିଭାଗର ଅମରେଶ୍ୱର ମହାକୁଡ଼, ପ୍ରମିଲ ମହାକୁଡ଼, ନନ୍ଦୀ ବେହେରା, ଲକ୍ଷ୍ମଣ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ଯୋଶୀ, ଅର୍ଜୁନ ସେଠୀ, ଅକ୍ଷୟ ବେହେରା ଏବଂ ଦୁଗ୍ଧ ସମବାୟ ସମିତି ଲିଃ ଧଳପୁରର ସମ୍ପାଦକ ସୌଭାଗ୍ୟ ରଞ୍ଜନ ଲଉରିଆଙ୍କ ସମେତ ଗ୍ରାମର ସମାଜସେବୀ ଚନ୍ଦନ ମହାକୁଡ଼, ଧନଞ୍ଜୟ ମହାକୁଡ଼ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

13 − 3 =