ପୂର୍ଣ୍ଣ ହେଲା ୧୪ ବର୍ଷର ତପସ୍ୟା, କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଚାଲିଲା ଇସ୍ପାତ ଏକ୍ସପ୍ରେସ୍‌

0 174

କଣ୍ଟାବାଞ୍ଜି : ଦୀର୍ଘ ୧୪ ବର୍ଷର ତପସ୍ୟାର ଅନ୍ତ ସରିଛି । ୧୨୮୭୧/୧୨୮୭୨ ହାୱଡ଼ା-ଟିଟିଲାଗଡ଼-ହାୱଡ଼ା ଇସ୍ପାତ ଏକ୍ସପ୍ରେସର ସେବା ଆଜିଠାରୁ କାଂଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛିା
ଇସ୍ପାତ ଏକ୍ସପ୍ରେସକୁ କଣ୍ଟାବାଞ୍ଜି ଯାଏ ସମ୍ପ୍ରସାରାଣ ପାଇଁ ରାଜନୈତିଜ ଦଳ, ସାମାଜିଜ ସଂଗଠନ ସହିତ ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷର ଦାବି ଆଜି ପୂରଣ ହେଉଛି । ରେଳ ଷ୍ଟେସନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁବାଷଚନ୍ଦ୍ର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସାଂସଦ ସଂଗୀତା ସିଂଦେଓ ଙ୍କ ପ୍ରଚେଷ୍ଟାରେ ୧୪ ବର୍ଷର ତପ ସାଧନା ଆଜି ସୁଫଳ ପାଇଛି । ପ୍ରକାଶ ଯେ କଣ୍ଟାବାଞ୍ଜି-ଟିଟିଲାଗଡ଼ ଦୂରତା ମାତ୍ର ୪୦ କି. ମି., କିନ୍ତୁ ୪୦କି.ମି. ଦୂରତାକୁ ଅତିକ୍ରମ ପାଇଁ ଇସ୍ପାତକୁ ଲାଗିଲା ଦୀର୍ଘ ୧୪ ବର୍ଷର ସମୟ । ହେଲେ କଣ୍ଟାବାଞ୍ଜି ରେଳ ବିଭାଗ ଅନ୍ତର୍ଗତ ୭୫୦ ଏକର ଖାଲି ଜମିରେ ରେଳଡବା କାରଖାନା ନିର୍ମାଣ ଦାବି ଓ ପୂରଣ ପାଇଁ କେତେ ବର୍ଷର ଅପେକ୍ଷା କରିବାକୁ ହେବ ତାହା ଏବେ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

hiranchal ad1
Leave A Reply

Your email address will not be published.

four × 5 =