ସୂଚନା ଫଳକ ମାଧ୍ୟମରେ ବାଲ୍ୟ ବିବାହକୁ ବିରୋଧ

0 101

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲାପ୍ରଶାସନ ତରଫରୁ ବାଲ୍ୟ ବିବାହକୁ ବନ୍ଦ କରିବା ନିମନ୍ତେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଦ୍ୱାରା ପାରଳାଖେମୁଣ୍ଡି ପୌରପରିଷଦ ଠାରେ ଥିବା ଭେଙ୍କଟଶ୍ୱର ମନ୍ଦିର, ଜାମିଆ ମସଜିଦ୍‌ ଓ ବାପ୍‌ ଟିଷ୍ଠ ଚର୍ଚ୍ଚଠାରେ ପ୍ରସ୍ତୁତ ହୋଇଥିବା ସୂଚନା ଫଳକକୁ ଉଦଘାଟନ କରିଥିଲେ । ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ସୂଚାଇ ଥିଲେ ଯେ ପୌରପରିଷଦ ଠାରେ ଚିହ୍ନଟ ହୋଇଥିବା ବିବାହ ସମ୍ପନ୍ନ କରୁଥିବା ୮ ଟି ମନ୍ଦିର, ୫ ଟି ଚର୍ଚ୍ଚ ଓ ୩ ଟି ମସଜିଦ୍‌ ରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସୂଚନା ଫଳକ ପ୍ରସ୍ତୁତ କରାଯିବ । ତତ୍‌ ସହିତ ଜିଲ୍ଲାରେ ବିବାହ ସମ୍ପନ୍ନ କରୁଥିବା ସମସ୍ତ ମନ୍ଦିର, ମସଜିଦ୍‌ ଓ ଚର୍ଚ୍ଚ ଗୁଡିକରେ ସୂଚନା ଫଳକ ମାଧ୍ୟମରେ ବାଲ୍ୟ ବିବହକୁ ବିରୋଧ କରିବା ସହ ରୋକାଯିବ । ଜିଲ୍ଲାକୁ ୨୦୨୨ ଶେଷ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ କରିବା ନିମନ୍ତେ ଏହି ଅଭିନବ ପ୍ରୟାସ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପ୍ରକଳ୍ପ ପ୍ରକାଶକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଫାଲଗୁନି ମାଝୀ, ପୌରପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ, ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ବେହେରା, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ୟୁନିସେଫର କର୍ମକର୍ତ୍ତା ଶ୍ରୀମତୀ ନେହା ନାଇଡୁ, ୟୁଏନ୍‌ଏଫ୍‌ପିଏର କର୍ମକର୍ତ୍ତା ସୁଶ୍ରୀ ନିକିତା ସିଶୋଦିଆ , ବାଚ୍ଛାନିଧି ଦୁର୍ଗା, ଏକସନ ଏଡ ବିକାଶ କୁମାର ମେହେର, ଜିଲ୍ଲା ସଂଯୋଜକ ଏକସନ ଏଡ, ମନ୍ଦିର କମିଟି, ମସଜିଦ୍‌ କମିଟି ଓ ଚର୍ଚ୍ଚ କମିଟିର କର୍ମକର୍ତ୍ତା, ପାରଳାଖେମୁଣ୍ଡି ପୌରପାଳିକାର ସମସ୍ତ କର୍ମକର୍ତ୍ତା,ଏକସନ ଏଡର ସମସ୍ତ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

hiranchal ad1
Leave A Reply

Your email address will not be published.

16 − 7 =