୧୩ ବର୍ଷ ପରେ ବି ଆସିଲେନି ବିଭାଗୀୟ ଡାକ୍ତର, ଆଟେଣ୍ଡାଣ୍ଟ ହାତରେ ୟୁନାନୀ ଡାକ୍ତରଖାନା

0 75

ଚମ୍ପୁଆ: ୧୩ ବର୍ଷ ବିତିଯାଇଥିଲେ ମଧ୍ୟ ୟୁନାନୀ ଡାକ୍ତରଖାନାର ଡାକ୍ତର ନିଯୁକ୍ତ ହୋଇନଥିବା ବେଳେ ଆଟେଣ୍ଡାଂଟ ହାତରେ ଚାଲିଛି ଡାକ୍ତରଖାନା । ଏପରିକି ଆର୍ୟୁବେଦିକ ଡାକ୍ତରଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ତାହା କେବଳ ନାମକୁ ମାତ୍ର । ଫଳରେ ୟୁନାନୀ ସେବା ପାଇବାରୁ ଦୀର୍ଘ ୧୩ ବର୍ଷ ଧରି ରୋଗୀ ମାନେ ବଂଚିତ ହୋଇଥିବା ଜଣାଯାଇଛି । ସମୟ ହେଲେ ଆଟେଣ୍ଡାଂଟ ଜଣଙ୍କ ଡାକ୍ତରଖାନା ଖୋଲି ବସୁଥିଲେ ମଧ୍ୟ ରୋଗୀମାନେ ଡାକ୍ତରଖାନାରେ ଡାକ୍ତରଙ୍କ ଅନୁପସ୍ଥିତି ପାଇଁ ଫେରିଯାଉଛନ୍ତି । ସୂଚନା ଅନୁସାରେ ୧୯୯୨ ମସିହାରେ ଚମ୍ପୁଆ ଠାରେ ଏହି ଚିକିତ୍ସାଳୟ ସ୍ଥାପନ କରାଯାଇଥିଲା । ମାତ୍ର ୧୯୯୫ ମସିହାରେ ତକ୍ରାଳିନ ବିଧାୟକ ଧନୁର୍ଜୟ ଲାଗୁରୀଙ୍କ ଦ୍ୱାରା ଚମ୍ପୁଆ ସଦର ମହକୁମାର ରେଖାବଣ ଠାରେ ସରକାରୀ ୟୁନାନୀ ଚିକିତ୍ସାଳୟର ନୂତନ ଗୃହ ଉଦଘାଟନ କରାଯାଇଥିଲା । ଏହି ଚିକିତ୍ସାଳୟ ଉପରେ ସ୍ଥାନୀୟ ଅଂଚଳ ସମେତ ଝାଡଖଣ୍ଡ ଏବଂ ମୟୁରଭଂଜ ଅଂଚଳର ରୋଗୀ ମାନେ ନିର୍ଭର କରି ଆସୁଥିଲେ । ଏପରିକି ୨୦ରୁ ଉଦ୍ଧ୍ୱର୍ ନିୟମିତ ରୋଗୀ ଏହି ଚିକିତ୍ସାଳୟରେ ନିୟମିତ ବ୍ୟବଧାନରେ ଚିକିତ୍ସିତ ହେଉଥିଲେ । ହେଲେ ୨୦୧୧ ମସିହା ଠାରୁ ଏଠାକୁ କୌଣସି ନିୟମିତ ଡାକ୍ତର ଆସି ନାହାନ୍ତି । ସରକାରଙ୍କ ପକ୍ଷରୁ ପୁରୁଷତମପୁର ଆର୍ୟୁବେଦିକ ଚିକିତ୍ସାଳୟ ଡାକ୍ତର ହେମନ୍ତ ପାତ୍ରଙ୍କୁ ଏହାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ମାତ୍ର ସେ ନିୟମିତ ଏଠାକୁ ଆସିପାରୁ ନାହାନ୍ତି । ଏ ନେଇ ଉପରକ୍ତ ଡାକ୍ତରଙ୍କୁ ପଚାରିବାରୁ କହିଛନ୍ତି ଯେ ମୋତେ ୩ ଗୋଟି ସ୍ଥାନର ଦାୟିତ୍ୱ ଦିଆଯାଇଛି । ଏଥି ସହିତ ୟୁନାନୀ ଔଷଧ ଗୁଡିକ ଆରବିକ ଭାଷାରେ ଲେଖା ହୋଇଥିବା ବେଳେ ତାହା ଆମ୍ଭେ ବୁଝିପାରୁ ନାହୁଁ । ଯଦି ସରକାର ଡିଏମଏଫ ଫଣ୍ଡରୁ ୟୁନାନୀ ଡାକ୍ତର ଯୋଗାଇ ଦିଅନ୍ତି ତେବେ ରୋଗୀ ସେବା ପୂର୍ବ ଭଳି ଚାଲି ପାରିବ ।

hiranchal ad1
Leave A Reply

Your email address will not be published.

three + 6 =