ପିପଳସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉଲ୍ଲାସ ନବଭାରତ ସ୍ବାକ୍ଷରତା କାର୍ଯ୍ୟକ୍ରମ

0 65

ବାଲିଗୁଡ଼ା: ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପିପଳସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉଲ୍ଲାସ ନବଭାରତ ସ୍ବାକ୍ଷରତା କାର୍ଯ୍ୟକ୍ରମ ୨୦୨୫/୨୬ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ସଂଖ୍ୟାରେ ନିରକ୍ଷର ମହିଳା ଓ ପୁରୁଷ ସାମିଲ୍ ହୋଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭଗବତୀ ଦେଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ କିରଣବାଳା କହଁର ଓ ପୁଷ୍ପତି ମଲ୍ଲିକ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଅବସରରେ ନିରିକ୍ଷକ ଭାବେ ଫୁଲବାଣୀ ଡିପିଓ ସଞ୍ଜୟ କୁମାର ପାତ୍ର ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅବଧୂତ ମଲ୍ଲିକ ଯୋଗ ଦେଇଥିବା ବେଳେ ବାଲିଗୁଡ଼ା ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବଳରାମ ବେହେରାଙ୍କ ସମେତ ସିଆରସିସି ଗାୟତ୍ରୀ ପାଳ ଓ ସୌଦାମିନି ସାହୁ ଉପସ୍ଥିତ ଥିଲେ । ପ୍ରତ୍ୟେକ ବ୍ୟକ୍ତି ଶିକ୍ଷିତ ହେବା ଆବଶ୍ୟକ । ଦୈନନ୍ଦିନ ଜୀବନରେ ଶିକ୍ଷାର ଭୂମିକା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଣୁ ନିରକ୍ଷରଙ୍କୁ ସ୍ବାକ୍ଷର କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ଉଦ୍ୟମ ବୋଲି କହିଛନ୍ତି ନିରିକ୍ଷା । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ନିରକ୍ଷର ମହିଳା ଓ ପୁରୁଷଙ୍କୁ ପ୍ରଶ୍ନପତ୍ର, ଉଲ୍ଲାସ ବହି ଓ କଲମ ବଣ୍ଟନ କରାଯିବା ସହ ସେମାନଙ୍କ ପାଇଁ ଜଳପାନର ବ୍ୟବସ୍ଥା କରାଯାଇଥିଲା । ଅତି ସୁନ୍ଦର ଭାବେ ଏହି କାର୍ଯ୍ୟକ୍ରମକୁ ଆୟୋଜିତ କରିଥିବାରୁ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜିଲ୍ଲା ନିରିକ୍ଷକଙ୍କ ସମେତ ସମସ୍ତ ଅଧିକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × one =