ବ୍ଲକ ସ୍ତରୀୟ ଗାଁ ସାଥି ସଂଘର ବୈଠକ, ନୂତନ କର୍ମକର୍ତ୍ତା ଚୟନ

0 211

ଦାରିଙ୍ଗବାଡ଼ି :ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗି ଇର୍ପି ପାଷ୍ଟର ଆସୋସିଏସନ ସଭା ଗୃହ ଠାରେ ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟରତ ସମସ୍ତ ପଞ୍ଚାୟତର ଗାଁ ସାଥିଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ୧୦ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ତ୍ରିନାଥ ନାୟକ ଗାଁ ସାଥି ସଙ୍ଘର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିପିନ ଦିଗାଲ ପ୍ରମୁଖ ଉପସ୍ଥିତ ରହି ଥିଲେ । ବୈଠକରେ ଗାଁ ସାଥିଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ହାଇକୋର୍ଟର ନିର୍ଦ୍ଦେଶ ମୁତାବକ ନୂତନ ଭାବେ ଗାଁ ସାଥିଙ୍କୁ ନିଯୁକ୍ତ ନିର୍ଦ୍ଦେଶ ପାଳନ କରିବା ସହିତ କାର୍ଯ୍ୟରତ ଗାଁ ସାଥିମାନଙ୍କୁ ଛଟେଇ ନ କରିବା ଭଳି ନିର୍ଦ୍ଦେଶ ପାଳନ କରାଯିବା ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ବ୍ଲକର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ବ୍ଲକର ସଭାପତି ଭାବେ କେଶବ ଚନ୍ଦ୍ର ପ୍ରଧାନଙ୍କୁ ଚୟନ କରାଯାଇଥିବା ବେଳେ ସମ୍ପାଦକ ଭାବେ ପ୍ରଦୀପ ବଳିଆର ସିଂ କୋଷାଧ୍ୟକ୍ଷ ଭାବେ ଶଶିକାନ୍ତ ପ୍ରଧାନଙ୍କୁ ଚୟନ କରାଯାଇଥିଲା । ରାଜ୍ୟ ସରକାର ଗାଁସାଥୀ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି । ଖୁବଶୀଘ୍ର ଗାଁ ସାଥି କର୍ମଚାରୀଙ୍କ ଦାବି ଗୁଡିକ ପୂରଣ ହୋଇଯିବା ନେଇ ରାଜ୍ୟ ସରକାର ତତ୍ପର ଅଛନ୍ତି ବୋଲି ବିଧାୟକ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରଞ୍ଜନ ପ୍ରଧାନ, ତ୍ରିଲୋଚନ ନାୟକ, ଅମରେନ୍ଦ୍ର ପ୍ରଧାନ, ମାନେଙ୍ଗା ପ୍ରଧାନ, ବିରୂପାକ୍ଷ ନାୟକ ଅଜିତ ପ୍ରଧାନ ନାଗାର୍ଜୁନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

2 × 5 =