ବିଧାୟକଙ୍କ ମହାନତା, ଅସହାୟଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି

0 119

ନନ୍ଦାହାଣ୍ଡି : ଜିଲ୍ଲା ନବରଙ୍ଗପୁର ବ୍ଲକ ନନ୍ଦାହାଣ୍ଡି ପଞ୍ଚାୟତ ଦହଣା ଗ୍ରାମ ଅଣ୍ଟାସରରେ ରହନ୍ତି ତିନି ବାପା ଛେଉଣ୍ଡ ଝିଅ ଓ ଜଣେ ପୁଅ । ଘରେ ରୋଜଗାର କହିଲେ ବିଧବା ମା କମଳା ହରିଜନ, କୁଲି ମଜୁରି କରି ଘର ଚଳାଉଛନ୍ତି । ବାପା ଭବାନୀ ହରିଜନ ଆର ପାରିରେ, ହେଲେ ବିଧବା ମା ଘର ଚଳେଇବେ ନା ତିନି ଝିଅ ଓ ପୁଅର ପାଠ ପଢା ନିମନ୍ତେ ଖର୍ଚ୍ଚ କରିପାରିବ । ବଡ଼ ଝିଅ ଗୀତା ହରିଜନ ସେ ଇନ୍ଦ୍ରାବତୀ କଲେଜରେ ଚଳିତ ବର୍ଷ +୨ ପରୀକ୍ଷାରେ ପାସ୍‌ କରିଛନ୍ତି । ଦ୍ୱିତୀୟ ଝିଅ ଆଶା ହରିଜନ ସେ ଦହଣା ସ୍ଥିତ ସଦାଶିବ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପାସ କରିଛନ୍ତି । ତୃତୀୟ ଝିଅ ସୈମ୍ୟା ହରିଜନ ସ୍ଥାନୀୟ ଅଣ୍ଟାସର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଓ ସାନ ପୁଅ ଦିବ୍ୟଶକ୍ତି ହରିଜନ ପ୍ରଥମ ଶ୍ରେଣୀ ଅଧ୍ୟୟନ କରୁଛନ୍ତି । ଆଜି ମାନ୍ୟବର ନବରଙ୍ଗପୁର ବିଧାୟକଙ୍କୁ ଏହି ଗ୍ରାମର ୩ ଜଣ ବାପା ଛେଉଣ୍ଡ ଝିଅ ମାନଙ୍କୁ ସାକ୍ଷାତ କରାଇବା ସହ ସେମାନଙ୍କ ଉଚ୍ଚ ଶିକ୍ଷା ପଢ଼ିବା ନିମନ୍ତେ ଅସୁବିଧା ବିଷୟରେ ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର ଜଣାଇଥିଲେ । ଏହି ବିଷୟରେ ବିଧାୟକ ବିସ୍ତୃତ ଜାଣିବା ପରେ ସେମାନଙ୍କ ସମସ୍ତ ଉଚ୍ଚ ଶିକ୍ଷା ନିମନ୍ତେ ଯାହା ଖର୍ଚ୍ଚ ହେବ ତାହାର ବହନ ଓ ସମସ୍ତ ଦାୟିତ୍ୱ ନିଜେ ବିଧାୟକ ନେବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଏହି ସମୟରେ ନନ୍ଦାହାଣ୍ଡି ଜୋନ୍‌ ୨ ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ରଙ୍କ ସମେତ, ନନ୍ଦାହାଣ୍ଡି ବ୍ଳକ ଉପାଧ୍ୟକ୍ଷ ସଦନ ଗୌଡ଼ ଓ ଯୁବ ନେତା ରଜତ ଗରଡା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

12 − eight =