ଦଶପଲ୍ଲାରେ ବିଜୁ ଜନତା ଦଳର ଶକ୍ତି ପ୍ରଦର୍ଶନ , ସାମିଲ ହେଲେ ହଜାର ହଜାର କର୍ମୀ

0 434

ଦଶପଲ୍ଲା: ଆଗକୁ ଆସୁଛି ବିଧାନସଭା ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦଶପଲ୍ଲାରେ ବିରୋଧି ଶୂନ କରିବା ପାଇଁ ଏକ ବିଶାଳ ବିକାଶ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଉପାଧ୍ୟକ୍ଷ ଅନୁପମା ବେହେରା,ବ୍ଲକ ବିଜେଡ଼ି ସଭାପତି ସୁଦାମ ଚରଣ ନାୟକ, ଏତତ୍‌ ବ୍ୟତୀତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୩ ଗୋଟି ବ୍ଲକର ଅଧ୍ୟକ୍ଷା, ସମସ୍ତ ଜୋନର ଜିଲ୍ଲା ପରିଷଦ ସଦସ୍ୟ, ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାଉଁସିଲର,ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ସରପଞ୍ଚ, ସମିତିସଭ୍ୟଙ୍କ ସମେତ ପ୍ରାୟ ୧୫ ହଜାର ରୁ ଉର୍ଦ୍ଧ୍ୱ ବିଜେଡ଼ି କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।ଏହି କାର୍ଯ୍ୟକ୍ରମରେ ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଗ୍ରାମାଞ୍ଚଳରେ ସମସ୍ତ ସହରୀ ସୁଖ ସୁବିଧା ଉପଲବ୍ଧ ହେବାକୁ ଯାଉଛି, ପ୍ରତି ଗ୍ରାମାଞ୍ଚଳରେ, ବ୍ୟାଙ୍କ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ , ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ, ଆର୍ଥିକ ସ୍ୱାବଲମ୍ବୀ ଭଳି ବହୁ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି ଓ ତାହାକୁ କାର୍ଯ୍ୟକ୍ଷେତ୍ରରେ ସଫଳ ରୂପାୟନ କରି ସମଗ୍ର ଓଡିଶାକୁ ଏକ ସୁନାର ଓଡିଶା ଭାବରେ ସାରା ଭାରତବର୍ଷରେ ପ୍ରତିଷ୍ଠିତ କରିଛନ୍ତି ।

hiring

ତେଣୁ ଦଶପଲ୍ଲାବାସୀଙ୍କ ତରଫରୁ ମାନ୍ୟବର ବିଧାୟକ ଏବଂ କନ୍ଧମାଳ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟ ପକ୍ଷରେ ପରେ ଦଶପଲ୍ଲା ସ୍ଥିତ ଖମାରସାହି ପଞ୍ଚାୟତରେ ଆମ ଓଡ଼ିଶା ,ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମଧ୍ୟ ମୁଖ୍ୟ ଅତିଥି ରୂପେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ,ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି କହିଥିଲେ ଆଜି ଓଡିଶା ଏକ ରୁପାନ୍ତରୀତ ରାଜ୍ୟରେ ପରିଣତ ହେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଗ୍ରାମାଞ୍ଚଳରେ ସମସ୍ତ ସହରୀ ସୁଖ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଏବଂ ଉପସ୍ଥିତ ବିଜେଡ଼ି କର୍ମୀ ,ସାଧାରଣ ଜନସାଧାରଣ ଦଶପଲ୍ଲାର ବିକାଶ କଥା କହି କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଓ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ମଧ୍ୟ ଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

one × two =