ନୂଆଗାଁ ବ୍ଲକରେ ମେରୀ ମାଟି ମେରା ଦେଶ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

0 78

ନୂଆଗାଁ :୭ ୫ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଉପଲକ୍ଷେ ନୂଆଗାଁ ବ୍ଲକରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଇଛି । ଏହି ଅବସରରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ମାଟି କୋ ନମନ୍‌ ଓ ବିରୋକ ବନ୍ଦନ୍‌ ନିମନ୍ତେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୂଆଗାଁ ବ୍ଲକ୍‌ ପ୍ରଶାସନ ଓ ନୂଆଗାଁ ଗ୍ରାମପଞ୍ଚାୟତ ଆନୁକୂଲ୍ୟରେ ମେଡିକାଲ ପୋଖରୀ ଠାରେ ବୃକ୍ଷରୋପଣ କରା ଯାଇଥିଲା । ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଏପିଓ ଅମରେନ୍ଦ୍ର ସାହୁ, କନିଷ୍ଠ ଯନ୍ତ୍ରୀ ନେତ୍ର ରଞ୍ଜନ ମିଶ୍ର, ନୂଆଗାଁ ଗ୍ରାମପଞ୍ଚାୟତ ସରପଂଚ ଅମିତ ପରିଡ଼ା, ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳି ସାସମଲ୍‌, ଜିଆରଏସ ଇନ୍ଦ୍ରାଣୀ ଜେନା, ନୂଆଗାଁ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ପ୍ରକାଶ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷରୋପଣ କରିବା ସହିତ ଉପସ୍ଥିତ ଏସ୍‌ଏଚଜି ସଦସ୍ୟ ଓ ଗ୍ରାମବାସୀଙ୍କୁ ବୃକ୍ଷରୋପଣ ପାଇଁ ଉତ୍ସାହିତ କରିଥିଲେ । ସାମ୍ବାଦିକ ଧନେଶ୍ୱର ସାହୁ ଓ ସୁବ୍ରତ ସାମଲ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହିତ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମବାସୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଏହା ପୂର୍ବରୁ ବିରୋକୋ ବନ୍ଦନ କାର୍ଯ୍ୟକ୍ରମ ଜରିଆରେ ନୂଆଗାଁ ବ୍ଲକ୍‌ ର ୨୨ ଟି ଗ୍ରାମ ପଞ୍ଚାୟତରୁ ମାଟି ସଂଗ୍ରହ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଏବଂ ଜିପିଇଓ ସାଧୁ ଚରଣ ସାହୁ ଓ ଏପିଓ ଅମରେନ୍ଦ୍ର ସାହୁଙ୍କ ସହଯୋଗରେ ଜିଲ୍ଲା ସଂସ୍କୃତି ବିଭାଗକୁ ପଠାଯାଇଛି । ସେଠାରୁ ଏହି ମାଟି ରାଜ୍ୟ ଓ ରାଜ୍ୟରୁ ଦିଲ୍ଲୀ ପଠାଯିବ ବୋଲି ସୂଚନା ମିଳିଛି ।
ନୂଆଗାଁ ବ୍ଲକ୍‌ର ସମସ୍ତ ଗ୍ରାମ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଚାଲୁଅଛି । ଏବଂ ଆସନ୍ତାକାଲି ୧୫ ତାରିଖରେ ଅମୃତ ସରୋବର ନିକଟରେ ଜାତୀୟ ପତାକା ଉତ୍ତୋଳନ, ଜାତୀୟ ସଙ୍ଗୀତ ଗାନ, ବୃକ୍ଷ ରୋପଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଏପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

18 + 4 =