ସୁଦର୍ଶନଙ୍କ ବାଲୁକା କଳା ଦେଖିଲେ ପ୍ରଧାନମନ୍ତ୍ରୀ

0 65

ପୁରୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜନ୍ମ ଜୟନ୍ତୀ ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଦିଲ୍ଲୀର ଲାଲ କିଲାରେ ନିର୍ମିତ ସୁଭାଷ ବୋଷ ବିଶାଳ ବାଲୁକା ଚିତ୍ରକଳାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିଦର୍ଶନ କରିବା ସହ ସୁନ୍ଦର ବାଲୁକା ଚିତ୍ରକଳା ପାଇଁ ପ୍ରଧାନମନ୍ତ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନେତାଜୀଙ୍କ ଜନ୍ମ ଜୟନ୍ତୀକୁ ସରକାର ପରାକ୍ରମ ଦିବସ ଭାବେ ପାଳନ କରୁଥିବା ବେଳେ ଏହି ଅବସରରେ ଦିଲ୍ଲୀର ଲାଲକିଲାରେ ନେତାଜୀଙ୍କ ୭ ଫୁଟ୍‌ ଉଚ୍ଚାର ଏକ ବିଶାଳ ବାଲୁକା ଚିତ୍ରକଳା ନିର୍ମାଣ କରିଥିଲେ । ପାଞ୍ଚ ଶହ ଷ୍ଟିଲ ଗିନାକୁ ଏହି ବାଲୁକା ଚିତ୍ରକଳାରେ ଅତି ଆକର୍ଷଣୀୟ ଭାବେ ସଜାଯାଇଥିଲା । ଯାହାକି ନେତାଜୀଙ୍କ ବାଲୁକା ଚିତ୍ର କଳାକୁ ବହୁତ୍‌ ଆକର୍ଷଣୀୟ କରିଥିଲା । ତେବେ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ବାଲୁକା ଚିତ୍ରକଳା ଦେଖି ଆସିବା ଏକ ଗର୍ବ ବିଷୟ ତାଂକ ପାଇଁ । ସେ ପ୍ରଥମେ ତାଙ୍କୁ ଜୟ ଜଗନ୍ନାଥ କହିବା ପରେ କେମିତି ଅଛନ୍ତି ପଚାରିଥିଲେ ପ୍ରଧାନମନ୍ତ୍ରୀ । ତେବେ ସେ ମହାପ୍ରଭୁ ଙ୍କ କୃପାରୁ ଭଲ ଅଛନ୍ତି, ପ୍ରଧାନମନ୍ତ୍ରୀ ତାଂକ ବାଲୁକା ଚିତ୍ର କଳା ଦେଖିବାକୁ ନିଜେ ଆସିଥିବାରୁ ସେ ବହୁତ୍‌ ଖୁସି, ଗର୍ବ ଅନୁଭବ କରୁଥିବା ସୁଦର୍ଶନ ପ୍ରଧାନମନ୍ତ୍ରୀଙ୍କୁ ତାଂକ ପ୍ରତିକ୍ରିୟାରେ କହିଥିଲେ । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଦେଶବିଦେଶରେ ଅନେକ ବାଲୁକା ଚିତ୍ର କଳା ପ୍ରତିଯୋଗିତାରେ ଭାଗ ନେଇ ଅନେକ ସମ୍ମାନ ପାଇଛନ୍ତି । ସୁଦର୍ଶନ ପଟ୍ଟନାୟକ ତାଂକ ବାଲୁକା ଚିତ୍ର କଳା ମାଧ୍ୟମରେ ବିଭିନ୍ନ ସଚେତନତା ବାର୍ତ୍ତା ଲୋକଙ୍କ ଉଦ୍ଦେଶ୍ୟରେ ବାଣ୍ଟିଥାଆନ୍ତି ।

hiring

hiranchal ad1
Leave A Reply

Your email address will not be published.

five × 4 =