ଅମଲା ସଂଘର ଧାରଣା ଓ ବିକ୍ଷୋଭ ଯୋଗୁଁ ଖାଁ ଖାଁ ସରକାରୀ ଦପ୍ତର

0 83

ସୁବର୍ଣ୍ଣପୁର: ଆଜିକୁ ସାତ ଦିନ ହେଲା ସାରା ରାଜ୍ୟର ବରିଷ୍ଠ ଓ କନିଷ୍ଠ ଅମଲାମାନେ ସେମାନଙ୍କ ଏକମାତ୍ର ଦାବି “ମିଶନ୍‌ ଗ୍ରେଡ୍‌ ପେ ୪୨୦୦’କୁ ନେଇ କାମବନ୍ଦ ଆନ୍ଦୋଳନରେ ବସିଛନ୍ତି । ଗୋଟାଏ ପଟରେ ରାଜ୍ୟରେ ଅଭୂତପୂର୍ବ ବାହାନଗାର ରେଳ ଦୁର୍ଘଟଣା ଯୋଗୁଁ ରାଜ୍ୟର ସମସ୍ତ ଶାସନ କଳ ମୃତକ ତଥା ଚିକିତ୍ସାଧୀନଙ୍କ ପାଇଁ ବ୍ୟସ୍ତ । ଚିକିତ୍ସା କିମ୍ବା ରକ୍ତ ଅଭାବ ଅବା ଅନ୍ୟ କୌଣସି ପ୍ରକାରେ ଯେପରି କେହି ଅସୁବିଧାରେ ନ ପଡନ୍ତି ସେଥିପାଇଁ ରାଜ୍ୟ ପ୍ରଶାସନ ବ୍ୟସ୍ତ ତେଣୁ ଅମଲାମାନଙ୍କ ଦାବି ପ୍ରତି ଦୃଷ୍ଟି ଦେଇ ପାରୁନାହାନ୍ତି ସରକାର ଏକଥା ମଧ୍ୟ ହୃଦୟଙ୍ଗମ କରିଛନ୍ତି ଅମଲାମାନେ । ତଥାପି ଅବ୍ୟାହତ ରହିଛି ଏମାନଙ୍କ କାମ ବନ୍ଦ ଆନ୍ଦୋଳନ । ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଅମଲାମାନେ ଓ ଜିଲ୍ଲାର ଅନ୍ୟ ୬ଟି ବ୍ଲକ୍‌ର ଅମଲାମାନେ ସେମାନଙ୍କ ନିଜ କାର୍ଯ୍ୟାଳୟ ସାମ୍ନାର ଧାରଣାରେ ବସି ରହିଥିଲାବେଳେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ସୂଚନା ଅନୁସାରେ ୪ ତାରିଖ ରବିବାର ଦିନ ରାଜ୍ୟସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଭୁବନେଶ୍ୱରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଚଳାଇ ରଖିବା ପାଇଁ ସିଦ୍ଧାନ୍ତ ନିଆଯାଇଛି । ତେବେ ଏହିଭଳି ଏକ ଧର୍ମଘଟ ଯଦି ଆହୁରି ଲମ୍ବା ଦିନ ଯାଏଁ ଲାଗି ରହିବ ତାହେଲେ ସାଧାରଣ ଜନତା ନାହିଁ ନ ଥିବା ଦୁର୍ଦ୍ଦଶାର ସାମ୍ନା କରିବାକୁ ବାଧ୍ୟ ହେବେ । ତେଣୁ ସରକାର ଅମଲାମାନଙ୍କ ଏ ଦାବିକୁ ଉପଯୁକ୍ତ ଭାବେ ବିଚାରକରି ଉଚିତ୍‌ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen + 17 =