ରାଜସ୍ୱ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ

0 249

ଚମ୍ପୁଆ: ଚମ୍ପୁଆ ବ୍ଲକ ଅନ୍ତର୍ଗତ ନନ୍ଦପୁର ଠାରେ ରାଜସ୍ୱ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଦିନକୁ ଦିନ ସଂକୁଚିତ ହୋଇପଡୁଥିବା ଗ୍ରାମ ସଡକ ଗୁଡିକ ପାଇଁ ଯାତାୟତରେ ନାନା ସମସ୍ୟା ଉପୁଜାଉ ଥିବାବେଳେ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଗ୍ରାମ ସଡକ ନିକଟବର୍ତ୍ତୀ ଜମି ମାଲିକ ବା ଗୃହ ମାଲିକମାନେ ସରକାରୀ ଜମିକୁ ଜବରଦଖଲ କରିବାରୁ ଏଭଳି ପରିସ୍ଥିତି ଦେଖାଯାଇଛି । ଚମ୍ପୁଆ ଉପଜିଲାପାଳ ସୁକାନ୍ତ କୁମାର ମାଝିଙ୍କ ନିର୍ଦ୍ଦେଶ କ୍ରମରେ ତହସିଲଦାର ସାଇସସ୍ମିତା ହୋତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ନାଏକ, ଏସଡିପିଓ ବିଜୟ ମଲ୍ଲିକ, ବାରିଆ ଥାନା ଅଧିକାରୀ ଲକ୍ଷ୍ମିକାନ୍ତ ପ୍ରଧାନ, ଅତିରିକ୍ତ ତହସିଲଦାର ସର୍ମିଷ୍ଟା ସାହୁ, ଭିମପୁର, ଭଣ୍ଡା, ଜ୍ୟୋତିପୁର ସରକଲର ରାଜସ୍ୱ ନୀରିକ୍ଷକ ଏବଂ ସୁପରଭାଇଜର ଶୁଭକାନ୍ତ କର ଏବଂ ଏକ ପ୍ଲାଟୁନ ଉପସ୍ଥିତିରେ ଗ୍ରାମ ସଡକ ମାପ କରାଯିବା ସହ ଜେସିବି ମେସିନ ସହାୟତାରେ ଜବରଦଖଲ ହଟାଯାଇଥିଲା ବୋଲି ରମେଶ ଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

12 − eight =