ଭୂସ୍ଖଳନ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା

0 329

ବାଲିଗୁଡ଼ା :ଆସନ୍ତା ୫ ଦିନ ଯାଏ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇବା ସହିତ ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ହେବା ନେଇ ସତର୍କତା କରିଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବ୍ଲକ ପ୍ରଶାସନ ତରଫରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇ ଗତବର୍ଷ ଭୁସ୍ଖଳନ ହୋଇଥିବା ତାମାଙ୍ଗି- କୁମ୍ଭାରୀପଦର ଭୂସ୍ଖଳନ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ସୂଚନା ପ୍ରକାରେ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡାପଞ୍ଚାୟତର କୁମ୍ଭାରୀପଦର ଗାଁ ମୁଣ୍ଡ ପାହାଡ଼ରେ ପ୍ରତିବର୍ଷ ଲଗାଣ ବର୍ଷାରେ ଭୂସ୍ଖଳନ ଦେଖାଦେଉଥିବା ବିଷୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ସହ ଗ୍ରାମବାସୀ ମାନେ ଭୟଭୀତ ହୋଇ ବ୍ଲକ୍‌ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଖବର ପ୍ରସାରଣ ହେବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଭୂତତ୍ୱବିତ୍‌ ମାନେ ଆସି ଉକ୍ତ ଅଞ୍ଚଳର ମାଟି ନେଇ ପରୀକ୍ଷା ନିରୀକ୍ଷା କରିବା ପରେ ସେଠାକାର ବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଥଇଥାନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଗୃହ ନିର୍ମାଣ କାର୍ଯ୍ୟ ସରି ନ ଥିବାରୁ ଗ୍ରାମବାସୀ ମାନେ ନିଜ ନିଜ ଗୃହରେ ରହୁଛନ୍ତି । ଖରାଦିନେ ଭୂସ୍ଖଳନ ର ଆଶଙ୍କା ନ ଥିବାରୁ ସ୍ଥାନୀୟ ବାସୀ ପୁଣି ଥରେ ସେହି ପାହାଡ଼କୁ ଯିବା ଆସିବା କରୁଥିଲେ । ତେବେ ବର୍ଷା ଦିନେ ଭୂସ୍ଖଳନ ଆଶଙ୍କା ଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରି ଉକ୍ତ ଅଞ୍ଚଳକୁ କେହି ପ୍ରବେଶ ନ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ବୁଧବାର ଦିନ ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ର ଓ ତହସିଲଦାର ଶରତ ଶବରଙ୍କ ସମେତ ବ୍ଲକର ପ୍ରଶାସନିକ ଅଧିକାରୀ ମାନେ ଉକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରି ଲୋକଙ୍କୁ ସଚେତନ କରିଥିଲେ ଏବଂ ଭୂସ୍ଖଳନ ଅଞ୍ଚଳର ପ୍ରବେଶ ପଥକୁ ସିଲ କରିବା ସହ ନିଷିଦ୍ଧାଞ୍ଚଳ ଘୋଷଣା କରିଥିବା ନେଇ ବିଡ଼ିଓ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

8 + one =