ନୂଆଗାଁ : ନୂଆଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି । ଆଜି ଦୀର୍ଘ ୫୦୦ବର୍ଷ ପରେ ଅଯୋଧ୍ୟାରେ ରାମ ଲାଲାଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ସହିତ ମନ୍ଦିର ଶୁଭାରମ୍ଭ ହୋଇଯାଇଛି । ସେହି ଉଦ୍ଦେଶ୍ୟରେ ସାରା ଭାରତ ବର୍ଷ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇଉଠିଛି । ଆଜି ପ୍ରାତଃରୁ ଆବାଳ ବୃଦ୍ଧବନିତା ଘର ସାମ୍ନାରେ ଝୋଟି କାଟି ଶୁଭ ପୂର୍ଣ୍ଣ କୁମ୍ଭ ସ୍ଥାପନ କରିଥିଲେ । ସମସ୍ତ ଗ୍ରାମର ମନ୍ଦିର ମଧ୍ୟରେ ନାମ,ସଂକୀର୍ତ୍ତନ, ଯଜ୍ଞ, ହୋମରେ କମ୍ପିତ ହୋଇ ଚାରଦିଗ ରାମ ଲାଲାଙ୍କୁ ସ୍ୱାଗତ ଉଦ୍ଦେଶ୍ୟରେ ପୁରପଲ୍ଲୀ ରାମ ରାମ ମନ୍ତ୍ରରେ କମ୍ପି ଉଠିଛି । କୋରଡ଼ା ଗଡ଼ରେ ସ୍ଥାପିତ ହୋଇଥିବା ରଘୁନାଥଙ୍କ ମଠ ମନ୍ଦିରରେ ହୋମ, ଯଜ୍ଞ, ନାମ ସଂକୀର୍ତନ ସହିତ ଗ୍ରାମ ପରିକ୍ରମା ହୋଇଥିଲା । ତତ ସହିତ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିର ଉଦଘାଟନ ହୋଇଥିଲା । ସେହିପରି ମହୀପୁର ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ବହୁଆଡମ୍ବର ସହିତ ରାମ ଲାଲାଙ୍କୁ ସ୍ୱାଗତ ଉଦ୍ଦେଶ୍ୟରେ ନାମ, ସଂକୀର୍ତ୍ତନ, ହୋମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ସମୟରେ ସମସ୍ତ ଗ୍ରାମରର ଘର ସମୁଖରେ ଦୀପ ଜଳିଥିଲେ ।