ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଦିବ୍ୟପ୍ରକାଶ ପ୍ରଧାନ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେବା ପରେ ବିଭିନ୍ନ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇ ବିଦ୍ୟାଳୟର ଅନୁସାଙ୍ଗିକ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ, ପରିବେଶ, ପିଲାଙ୍କ ଶିକ୍ଷା ଗ୍ରହଣ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷାଦାନ ବ୍ୟବସ୍ଥା ସହ ବିଦ୍ୟାଳୟର କାଗଜପତ୍ର ଯାଞ୍ଚ କରିଥିବା ଜଣାପଡିଛି । ଦୀର୍ଘ ବର୍ଷ ହେଲା ସ୍ଥାନୀୟ ବ୍ଲକ ଗୋଷ୍ଠୀ ଶିକ୍ଷା ଧିକାରୀ ପଦବୀ ଖାଲି ପଡିଥିଲା । ନୂତନ ଭାବେ ଓଇଏସ ପାଇ ଘୁ.ଉଦୟଗିରି ବିଇଓ ଭାବେ ଶ୍ରୀଯୁକ୍ତ ପ୍ରଧାନ ଯୋଗ ଦେବା ପରେ ସ୍ଥାନୀୟ ବ୍ଲକର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ସହ ଶିକ୍ଷକଶିକ୍ଷୟିତ୍ରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟରେ ପହଞ୍ଚିବା,ନିର୍ଦ୍ଧାରିତ ସମୟ ଅନୁସାରେ ନିର୍ଦ୍ଧିଷ୍ଟ ଶିକ୍ଷା ବିଷୟବସ୍ତୁ ସମାପ୍ତ କରିବା, ଶତପ୍ରତିଶତ ପିଲାଙ୍କ ବିଦ୍ୟାଳୟରେ ଉପସ୍ଥିତି, ଉଚ୍ଚ ମାନର ଶିକ୍ଷା ପ୍ରଦାନ ଭଳି ବହୁ ଆବଶ୍ୟକୀୟ ବିଷୟ ଉପରେ ଗୁରୁତ୍ୱ ଦେଇ ସମସ୍ତ ବିଦ୍ୟାଳୟ ନିୟମିତ ଭାବେ ଗସ୍ତ କରାଯିବ ବୋଲି କହିଛନ୍ତି ବିଇଓ । ବିଦ୍ୟାଳୟ ପରିଦର୍ଶନ ସମୟରେ ବିଦ୍ୟାକାୟର ଛାତ୍ରଛାତ୍ରୀଙ୍କ ସହ ବେଶ କିଛି ସମୟ ଆଲୋଚନା କରିବା ସହ ପିଲା କଣ ପାଠ ଜାଣିଛନ୍ତି, କେତେ ଶିକ୍ଷା ଗ୍ରହଣ କରିଛନ୍ତି ପିଲାଙ୍କ ଠାରୁ ବୁଝି ପିଲାଙ୍କୁ ଶିକ୍ଷା ପ୍ରଦାନ ମଧ୍ୟ କରିଥିବା ମଧ୍ୟ ଜଣାପଡିଛି ।