ବ୍ଲକ୍‌ ସ୍ତରୀୟ କ୍ରୀଡ଼ା ଉତ୍ସବ ଉଦଘାଟିତ

0 155

ହରଭଙ୍ଗା : ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡିଶା ନବୀନ ଓଡିଶାର କ୍ରୀଡା ଉତ୍ସବ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ପୁରୁଣାକଟକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଗୁରୁବାର ଦିନ ବ୍ଲକ୍‌ ସ୍ତରୀୟ କ୍ରୀଡ଼କ୍ଷ ଉତ୍ସବ ଉଦଘାଟିତ ହୋଇଯାଇଛି । ସକାଳ ୧୦ ଟା ରେ ମା’ ଭୈରବୀ ମନ୍ଦିରରୁ ଦିବ୍ୟଜ୍ୟୋତି ଧରି ଶୋଭଯାତ୍ରାରେ ପଡ଼ିଆକୁ ନିଆଯାଇଥିଲା । ସେଠାରେ ମା’ ଭୈରବୀଙ୍କୁ ପୂଜାର୍ଚ୍ଚନା କରାଯାଇ ଖେଳ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦ୍‌ଘାଟିତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ବିଡିଓ ସୋପ୍ନିତା ନାୟକ , ପୁରୁଣାକଟକ ସରପଂଚ ଅଶୋକ ସେଠୀ, ସମିତିସଭ୍ୟ ସରୋଜ୍‌ ପ୍ରଧାନଙ୍କ ସହିତ ହରଭଙ୍ଗା ଅତିରିକ୍ତ ବିଡ଼ିଓ ସୁବାସ ଜାନି ଉପସ୍ଥିତ ଥିଲେ । ନୂଆ ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଆନୁକୂଲ୍ୟରେ ହେଉଥିବା ଉକ୍ତ କ୍ରୀଡ଼ା ପ୍ରତିଯୋଗୀତାରେ ପୁରୁଷ ବିଭାଗର ୧୪ଟି କ୍ରିକେଟ ଦଳ,୮ଟି ଫୁଟ୍‌ବଲ ଦଳ,୪ଟି ଭଲି ଦଳ, ୪ଟି କବାଡି ଦଳ, ୪ଟି ଖୋଖୋ ଦଳ ସହିତ ମହିଳା ବିଭାଗର ଭଲି, କବାଡି ଓ ଫୁଟବଲ ଖେଳ ପାଇଁ ଗୋଟିଏ ଲେଖଏଁ ଦଳ ମିଶି ସମୁଦାୟ ୩୮ ଗୋଟି ଦଳ ଭାଗ ନେଇଥିବା ସୂଚନା ମିଳିଛି । ଉକ୍ତ କ୍ରୀଡ଼ା ପ୍ରତିଯୋଗୀତା ୪ ତାରିଖରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ କୃତିତ୍ୱ ହାସଲ କରିଥିବା ଦଳକୁ ରାଜ୍ୟ ସ୍ତରକୁ ମନୋନୀତ କରାଯିବା ନେଇ ପଂଚାୟତ ସମିତି ତରଫରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

6 − three =