ସେଭ୍‌ ଏନଭାର୍ମେଣ୍ଟ ସେଭ୍‌ ହିମାଲୟର ବାର୍ତ୍ତା ବାଣ୍ଟି ବାଇକ ଆରୋହୀଙ୍କ ସଫଳ ପ୍ରତ୍ୟାବର୍ତ୍ତନ

0 116

ସୁବର୍ଣ୍ଣପୁର : ଗତ ୨୮ତାରିଖରୁ ସହରର ୭ଜଣ ଉଦୀୟମାନ ଯୁବକ ବାଇକ୍‌ରେ ଦୀର୍ଘ ୪୦୦୦ କିଲୋମିଟର ଯାତ୍ରା କରି ନେପାଳର ଜନକପୁର, କାଠମାଣ୍ଡୁ,ପୋଖରା,ମୁକ୍ତିନାଥ ଇତ୍ୟାଦି ଅଞ୍ଚଳ ଗସ୍ତ କରି ଲୁମ୍ବାନୀ ଦେଇ ଉତ୍ତରପ୍ରଦେଶର ବାରାଣାସୀ ପଟରୁ ଗତକାଲି ସଫଳତାର ସହ ସୁବର୍ଣ୍ଣପୁରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ସାତଜଣିଆ ବାଇକ ଆରୋହୀ ପ୍ରଥମେ ସୋନପୁରରୁ ବାହାରି ଝାରଖଣ୍ଡ, ବିହାରର ଦରଭଙ୍ଗା ଦେଇ ନେପାଳ ଗସ୍ତ କରିଥିଲେ । ଏହି ଦଳରେ ସର୍ବଶ୍ରୀ ଗୈାତମ ପାତ୍ର, ଗୈାର ପାଢୀ, ପିଣ୍ଟୁ ପଣ୍ଡା, ଆଶିଷ ମିଶ୍ର, ତାପସ ମହାନ୍ତି, ଅବିନାଶ ଦାଶ, ରିଙ୍କୁ ଦୋରା ପ୍ରମୁଖ ଯାତ୍ରା କରିଥିଲେ । ବାଇକ ଆରୋହୀଙ୍କ ଏଭଳି ଦୁଃସାହସିକ ଯାତ୍ରା ଆଗାମୀ ଯୁବପିଢିଙ୍କୁ ପ୍ରେରଣା ଯୋଗାଇବ ବୋଲି ସହରର ବୁଦ୍ଧିଜୀବୀ ପ୍ରକାଶ କରିଥିବା ବେଳେ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 1 =