ଆଜି ମଧ୍ୟରାତ୍ରରେ ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ

0 60

ପୁରୀ : ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡିତ ମହାପ୍ରଭୁଙ୍କର ଏବେ ଅଣସର ଘରେ ଚାଲିଛି ଅସୁସ୍ଥତାର ଉପଚାର । ଆଜି ଅଣସର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ । ଏହି ଫୁଲୁରୀ ତେଲକୁ ପରମ୍ପରା ଅନୁସାରେ ବହୁବର୍ଷ ଧରି ବଡ ଓଡିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଆସୁଅଛି । ତେବେ ଆଜି ଅପରାହ୍ନରେ ବଡ଼ ଓଡିଆ ମଠ ପକ୍ଷରୁ ଏହି ସ୍ୱତନ୍ତ୍ର ଫୁଲୁରି ତୈଳକୁ ଶ୍ରୀମନ୍ଦିର ଗାରଦରେ ଦିଆଯାଇଛି । ଏହାକୁ ଦଇତାପତିସେବକମାନେ ନେଇ ଅଣସର ଘରେ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ । ଏହା ଦ୍ୱାରା ଜ୍ୱରକ୍ରାନ୍ତ୍‌ ମହାପ୍ରଭୁ ଧୀରେ ଧୀରେ ଉପଶମ ଲାଭ କରିବେ । ଘଣାପେଡା ରାଶିତେଲରେ ବେଣଚେର, ମାଳତି, କିଆ, କେତକୀ, ବଉଳଫୁଲ ଭଳି ସ୍ୱତନ୍ତ୍ର ସୁବାସିତ ଫୁଲ ଓ ୮ ପ୍ରକାର ଚେରମୂଳି ପକାଯାଇ ପ୍ରସ୍ତୁତ କରାଯାଇଥାଏ । ଅଣସର ପଞ୍ଚମୀ ତିଥିରେ ଅର୍ଥାତ୍‌ ଆଜି ଏହାକୁ ମଠ ପକ୍ଷରୁ ଶ୍ରୀମନ୍ଦିର ନିଆଯିବା ପରେ ଦଇତାପତିମାନେ ଏହାକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ବିଶ୍ୱାସ ରହିଛି ଏହି ତେଲ ଲାଗିପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୋଇଥାନ୍ତି ।

hiring

hiranchal ad1
Leave A Reply

Your email address will not be published.

thirteen + three =