ବଦଳିବ ସରକାରୀ କୋଠାର ରଙ୍ଗ

0 51

ଭୁବନେଶ୍ୱର: ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ନୂତନ ସରକାର ଅନେକ ନୂଆ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ରାଜ୍ୟରେ ସମସ୍ତ ସରକାରୀ କୋଠାର ରଙ୍ଗ ପରିବର୍ତ୍ତନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ସମସ୍ତ ନିଷ୍ପତ୍ତି ଅନୁଯାୟୀ ସମସ୍ତ ନୂତନ ସରକାରୀ କୋଠା ତଥା ପର୍ଯ୍ୟାୟକ୍ରମେ ମରାମତି / ନବୀକରଣ କାର୍ଯ୍ୟ ସମୟରେ ସରକାରୀ କୋଠାଗୁଡ଼ିକ ପାଇଁ ନୂତନ ରଙ୍ଗ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସରକାରୀ କୋଠାର ବାହାର ପଟ କମଳା ଓ ନାଲି ବର୍ଡ଼ର ରହିବ। ଏନେଇ ସମସ୍ତ ମୁଖ୍ୟଯନ୍ତ୍ରୀ, ଓବିସିସିକୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି କରାଯାଇଛି। ନିକଟରେ ସରକାର ଵିଦ୍ୟାଲର ୟୁନିଫର୍ମ ରଙ୍ଗ ମଧ୍ୟ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ।

hiring

ସବୁଜ ରଙ୍ଗ ବଦଳରେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଲାଗି ବାଦାମୀ ରଙ୍ଗର ୟୁନିଫର୍ମ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଛାତ୍ରୀଛାତ୍ର ପରିଧାନ ଯୋଜନା ଅଧୀନରେ ଥିବା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ଏହା ଲାଗୁହେବ ।

ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ଡିଜାଇନ ଓ ରଙ୍ଗର ୟୁନିଫର୍ମ ଲାଗୁ ହେବ। ଯେଉଁଠାରେ ପୁରୁଣା ଡିଜାଇନ ୟୁନିଫର୍ମ ବଣ୍ଟନ ହୋଇନି ସେଠାରେ ଏହା ପ୍ରଥମେ ଲାଗୁ ହୋଇପାରିବ। ତେବେ ଏହା କେବେଠୁ ଲାଗୁ ହେବ ନୂଆ ଶିକ୍ଷା ବର୍ଷ ଆରମ୍ଭରୁ କି ଏବେଠାରୁ ତାକୁ ନେଇ କୌଣସି ସୂଚନା ମିଳିପାରି ନାହିଁ ।

hiranchal ad1
Leave A Reply

Your email address will not be published.

twelve + four =