ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଶକ୍ତିପୀଠ

0 76

ପୁରୀ ; ଶାରଦୀୟ ଦୁର୍ଗା ଉତ୍ସବକୁ ନେଇ ସବୁ ଶକ୍ତି ପୀଠ ଚଳଚଞ୍ଚଳ । ପୂଜା ମଣ୍ଡପ ଗୁଡିକରେ ଦେବୀ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ହେଉଥିବା ବେଳେ ଦେବୀଙ୍କ ପୀଠ ଗୁଡିକରେ ପରମ୍ପରା ଅନୁଯାୟୀ ମହା ନବମୀ ପୂଜା ଅନୁଷ୍ଠିତ ହେଉଛି । ପୁରୀ ସହରରେ ଥିବା ସବୁ ଦେବୀ ପୀଠ ଗୁଡିକରେ ମାଙ୍କ ମହାନବମୀ ପୂଜା ଅନୁଷ୍ଠିତ ହେଉଛି । ମହା ନବମୀ ଅବସରରେ ବିଶେଷ ପୂଜା ସହ ବିଭିନ୍ନ ପୀଠ ସ୍ଥଳୀର ପରମ୍ପରା ଅନୁଯାୟୀ ମାଙ୍କ ବେଶ ନୀତି ଅନୁଷ୍ଠିତ ହେଉଛି । ମା ଙ୍କ ଦର୍ଶନ ପାଇଁ ଦେବୀ ପୀଠ ଗୁଡିକରେ ମଧ୍ୟ ଭକ୍ତଙ୍କ ବେଶ୍‌ ଭିଡ ରହିଚି । ପୁରୀ ସହରରେ ଥିବା ବାଙ୍କି ମୁହାଣ ରାମ ଚଣ୍ଡୀ ମନ୍ଦିର ବେଶ୍‌ ପ୍ରସିଦ୍ଧ । ଏଠାକୁ ସହ ସହ ଭକ୍ତ ଶାରଦୀୟ ଦୁର୍ଗାପୂଜାରେ ଆସିଥାନ୍ତି । ନିଜର ପରିବାରର ମଙ୍ଗଳ ମନାସି ପୂଜାର୍ଚ୍ଚନା କରିବା ସହ ଭୋଗ ଲାଗି କରିଥାଆନ୍ତି ।
ତେବେ ବାଙ୍କୀ ମୁହାଣ ରାମ ଚଣ୍ଡୀ ମନ୍ଦିର ପୂଜକ କହିଛନ୍ତି ଶାରଦୀୟ ଦୁର୍ଗାପୂଜାରେ ଦେବୀ ପୀଠର ପରମ୍ପରା ଅନୁଯାୟୀ ଷୋଡ଼ଶ ଉପଚାର ପୂଜା ସହ ବିଭିନ୍ନ ଦିବସରେ ମାଙ୍କ ବେଶ ନୀତି ଅନୁଷ୍ଠିତ ହେଉଛି । ବାଙ୍କି ମୁହାଣ ରାମ ଚଣ୍ଡୀ ମନ୍ଦିରରେ ମହା ନବମୀ ଅବସରରେ ମାଙ୍କ ମହା ସରସ୍ୱତୀ ବେଶ୍‌ ଅନୁଷ୍ଠିତ ହୋଇଛି । ବେଶ ଦର୍ଶନ ପାଇଁ ସହ ଶହ ଭକ୍ତଙ୍କ ଭିଡ ଲାଗିରହିଛି । ତେବେ ପୂଜକ କହିଚନ୍ତି ମହା ନବମୀ ଅବସରରେ ବିଶେଷ ପୂଜା ଭାବେ ସନ୍ଧି ପୂଜା ଅନୁଷ୍ଠିତ ହୋଇଥାଏ । ପରେ ମହା ନବମୀ ପୂଜା ହେଇଥାଏ । ଦିନକୁ ଦୁଇ ଥର ଶଙ୍ଖୁଡ଼ି ଭୋଗ ତଥା ଆମିଷ ଭୋଗ ଲାଗି ହୋଇଥାଏ । ଷୋଡ଼ଶ ପୂଜା ବେଳେ ସକାଳ ଓ ରାତ୍ରି ଧୂପ ପରେ ଦୁଇ ଷୋଡ଼ଶ ପୂଜା ଅନୁଷ୍ଠିତ ହୋଇଥାଏ । ତେବେ ଜଗତଜନନୀ ମା କରୁଣାମୟୀ । ତାଙ୍କୁ ଶାରଦୀୟ ଦୁର୍ଗାପୂଜାରେ ନିଷ୍ଠାର ସହ ଉପାସନା କଲେ ଅଶେଷ ପୂଣ୍ୟ ମିଳିବା ସହ ମନ ସ୍କମନାପୂର୍ଣ୍ଣ ହୁଏ ବୋଲି ମା ରାମଚଣ୍ଡୀଙ୍କ ପୂଜକ କହିଛନ୍ତି ।

hiranchal ad1
Leave A Reply

Your email address will not be published.

eleven − 11 =