ନିଆଁ ନିୟନ୍ତ୍ରଣ ପାଇଁ ବନବିଭାଗ, ପୋଲିସ ପ୍ରଶାସନ ଓ ଅଗ୍ନିଶମର ମିଳିତ ବୈଠକ

0 241

ହରଭଙ୍ଗା : ହରଭଙ୍ଗା ବ୍ଲକ ବୀରନରସିଂପୁର ସ୍ଥିତ ସ୍ଥାୟୀ ନର୍ସରୀଠାରେ ଆଗାମୀ ଗ୍ରୀଷ୍ମ ଋତୁରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାର ତିନିଗୋଟି ବିଭାଗକୁ ନେଇ ଏକ ସଚେତନତା ବାର୍ତ୍ତା ସହିତ ମଗଡ୍ରିଲ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବନ ବିଭାଗ ପକ୍ଷରୁ ଜିଲ୍ଲା ବନ ବିଭାଗ ଅଧିକାରୀ ଦେବପ୍ରିୟ କମ୍ପୋ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ପୋଲିସ ବିଭାଗରୁ ଡି.ଏସ.ପି ସଂଯୁକ୍ତା ବାଲା, ବନ ବିଭାଗ ଏ. ସି. ଏଫ. ଆଶିଷ କହଁର, ମିନାକ୍ଷୀ କୁମରା, କ୍ଷୀରଦ୍ରି ପ୍ରଧାନ, ଅର୍ଚ୍ଚନା ଗମାଙ୍ଗ, କେନ୍ଦୁପତ୍ର ଡିଭିଜନ ଏ ସି ଏଫ୍‌ ରୁକ୍ମଣ ବରିହା, ଟେରିଟୋରିଆଲ ଓ କେନ୍ଦୁପତ୍ର ଡିଭିଜନର ସମସ୍ତ ରେଞ୍ଜର, ଫରେଷ୍ଟର,ଫରେଷ୍ଟ ଗାର୍ଡ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ କେମିତି ନିଆଁକୁ ନିୟନ୍ତ୍ରଣ କରାଯିବ ସେ ସମ୍ପର୍କରେ ତିନୋଟି ବିଭାଗର ଅଧିକାରୀଙ୍କ ସହିତ ମୁଖ୍ୟ ଅତିଥି ଦେବପ୍ରିୟ କମ୍ପୋ ପଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା ସହିତ ଅଗ୍ନିଶମ ବାହିନୀ ପ୍ରାଥମିକ ମଗଡ୍ରିଲ ମାଧ୍ୟମରେ ସଚେତନତା କରିଥିଲେ ।

hiranchal ad1
Leave A Reply

Your email address will not be published.

17 − 6 =