ଏନୱାଇକେ ପକ୍ଷରୁ “ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ

0 80

ଫୁଲବାଣୀ : ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ତରଫରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର ଯୋଗଦେଇ ଯୁବସମାଜ ଭିତରେ ଜାତୀୟ ଚେତନା ଓ ସ୍ୱଦେଶ ପ୍ରୀତି ରହିଲେ ଦେଶର ଅଖଣ୍ଡତା ବଜାୟ ରହିପାରିବ ବୋଲି ମତ ଦେଇଥିଲେ । ନେହରୁ ଯୁବକେନ୍ଦ୍ରର ସଂଯୋଜକ ନବନୀତ କୁମାର କାର୍ଯ୍ୟକ୍ରମର ଲକ୍ଷ୍ୟ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିଭାବେ ଅଧ୍ୟାପକ ବିଷ୍ଣୁପ୍ରସାଦ ରଥ, ବିରୁପାକ୍ଷ ତ୍ରିପାଠୀ, ଅମୂଲ୍ୟ ସାବତ ମଂଚାସୀନ ଥିଲେ । ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବନମାଳି ବେହେରା ଯୋଗଦେଇ ଦେଶସୁରକ୍ଷାରେ ଯବାନ ମାନଙ୍କ ବଳିଦାନ ଉପରେ ଆଲୋଚନା କରିଥିଲେ । ଅଧ୍ୟାପକ ସୁରଜ ସାସମଲ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ରତନ ଦିଗାଲ, ସନ୍ତୋଷ ରଥ, ରବିନାରାୟଣ ପାଣିଗ୍ରାହୀ, ସୁଶାନ୍ତ ଭୋଳ, ଜ୍ଞାନରଞ୍ଜନ ଭୋଇ, ଶଙ୍କର ପାଢ଼ୀ, ଅଧ୍ୟାପିକା ଚମ୍ପା ସୋରେନ, ରଶ୍ମିତା ପ୍ରଧାନ, ମୀରାମ୍ବିକ ଯୋଗ ଦେଇଥିଲେ । ଛାତ୍ର ରୁଦ୍ର, ସୋମନାଥ, ଛାତ୍ରୀ ଜ୍ୟୋତି, ଅଞ୍ଜଳି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଂଗ୍ରହ କରାଯାଇଥିବା ମାଟିକୁ ସଂଯୋଜକଙ୍କୁ ଅର୍ପଣ କରାଯାଇଥିଲା ଓ ଦେଶର ଅଖଣ୍ଡତା ପାଇଁ ଶପଥ ପାଠ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

9 + 18 =