ସ୍ଥାୟୀ ଜମି ପଟ୍ଟା ଦାବିରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦାବିପତ୍ର ପ୍ରଦାନ

0 67

ଚିପିଲିମା : ବୁର୍ଲା ବିଜେପି ଶାଖା ତରଫରୁ ସୁବ୍ରତ ପଟ୍ଟନାୟକ, ଚଣ୍ଡି ଦାଶ, ହରି ପଣ୍ଡା ଓ ଜୟନ୍ତ ସାହୁ ପ୍ରମୁଖ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ତାଙ୍କର ସମ୍ବଲପୁର ସ୍ଥିତ ବାସଭବନରେ ସାକ୍ଷାତ କରି ବୁର୍ଲା ସହରବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ସହିତ ସହରର ସାମୂହିକ ଉନ୍ନତି କରଣ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ରାଜସ୍ୱ ମନ୍ତ୍ରୀ ପୂଜାରୀ ସେଠାରେ ଉପସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କୁ ଦାବି ଉପରେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିବାରୁ ନିର୍ଦ୍ଦେଶ ଦେଇଥିଲେ । ରାଜସ୍ୱ କମିଶନର ମଧ୍ୟ ଖୁବଶୀଘ୍ର ଏହାରି ଉପରେ ଏକ ରୋଡମେପ ପ୍ରସ୍ତୁତ କରାଯିବ ବୋଲି ପ୍ରତିଶୃତି ଦେଲେ । ଏପରି ଏକ ପଦକ୍ଷେପ ପାଇଁ ମନ୍ତ୍ରୀ ପୂଜାରୀଙ୍କୁ ବୁର୍ଲା ବିଜେପି ପକ୍ଷରୁ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

12 + 9 =