ମୋବାଇଲ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ

0 647

ହରଭଙ୍ଗା : ମୋବାଇଲ ବିସ୍ଫୋରଣରେ ଘରେ ନିଆଁ ଲାଗି ଆସବାବପତ୍ର ସହ ନଗଦ ଟଙ୍କା ପୋଡ଼ି । ସୌଭାଗ୍ୟବଶତଃ ଆଠ ମାସର ଶିଶୁ ସହିତ ଦୁଇ ବାପା, ମାଆ ବର୍ତ୍ତିଲେ ଅଳ୍ପକେ । ସୂଚନା ଅନୁସାରେ ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାରର ବ୍ୟବସାୟୀ ପ୍ରଦୀପ କୁମାର ସାହୁ ଘରେ ମୋବାଇଲ ଚାର୍ଜ ବସାଇ ଗାଧୋଇବାକୁ ଯାଇଥିଲେ । ମାତ୍ର ମୋବାଇଲଟି ଯାନ୍ତ୍ରିକ ତ୍ରୁଟି କାରଣରୁ ବିସ୍ଫୋରଣ ଘଟି ଘରେ ନିଆଁ ଲାଗିଯାଇଥିଲା । ଘରେ ଥିବା ପ୍ରଦୀପଙ୍କ ଲୁଗାପଟା ଆସବାବପତ୍ର ପୋଡିଯିବା ସହିତ କିଛି ନଗଦ ଟଙ୍କା ପୋଡ଼ିଯାଇଥିବା ଜଣାପଡିଛି ଏବଂ ୮ମାସର ଶିଶୁ ସହିତ ବାପା ମା ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × 1 =