ମ୍ୟାନେଜମେଣ୍ଟ ବିଦ୍ୟାର୍ଥୀଙ୍କ ବିଭିନ୍ନ ଯୋଜନା ଅନୁଧ୍ୟାନ

0 127

ପୁରୀ : ଭାରତର ଧାର୍ମିକ ଚାରିଧାମ ମଧ୍ୟରୁ ପୁରୀ ଜଗନ୍ନାଥ ମନ୍ଦିର ଅନ୍ୟତମ । ପୁରୀ କେବଳ ଧାର୍ମିକ କ୍ଷେତ୍ର ଭାବେ ନୁହେଁ ପର୍ଯ୍ୟଟନ କ୍ଷେତ୍ର ଭାବେ ମଧ୍ୟ ଲକ୍ଷଲକ୍ଷ ଲୋକଙ୍କୁ ଆକୃଷ୍ଟ କରିଥାଏ ।ତେଣୁ ଏହି ବିପୁଳ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସୁରକ୍ଷିତ ଯାତ୍ରା ପରିଚାଳନା ଏକ ସଫଳ ମ୍ୟାନେଜମେଣ୍ଟ ବ୍ୟବସ୍ଥା ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ମତ ଦେଇଛନ୍ତି । ଆଜି ଅପରାହ୍ନରେ ସର୍କିଟ ହାଉସଠାରେ ଦେଶର ବିଭିନ୍ନ ମ୍ୟାନେଜମେଣ୍ଟ ଅନୁଷ୍ଠାନରୁ ଆସିଥିବା ବିଦ୍ୟାର୍ଥୀ ମାନଙ୍କ ସହ ଶ୍ରୀ ସାହୁ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନର ବିବିଧ କାର୍ଯ୍ୟ ସମ୍ପର୍କରେ ଶ୍ରୀ ସାହୁ ସେମାନଙ୍କୁ ସୂଚନା ଦେବା ସହ ବିଦ୍ୟାର୍ଥୀ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ । ପୂର୍ବାହ୍ନରେ ଏହି ଟିମ ପୁରୀ ରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଉତ୍କର୍ଷ ବିଜୟଙ୍କ ତତ୍ତ୍ୱାବଧାନରେ ଆଇଆଇଏମ ବାଙ୍ଗାଲୋର, ଆଇଆଇଏମ କୋଲକାତା, ଏଫଏମଏସ ଦିଲ୍ଲୀ, ଆଇଆଇଏମ ଲକ୍ଷେ୍ନା÷÷, ବିଟସମ ମୁମ୍ବାଇ ଓ ଏକ୍ସଆଇଏମ ଭୁବନେଶ୍ୱରରୁ ଆସିଥିବା ଏହି ୧୮ ଜଣିଆ ବିଦ୍ୟାର୍ଥୀ ମାନେ ପ୍ରଥମେ ସରକାରୀ ବାଳିକା ବିଦ୍ୟାଳୟ ରେ ପହଞ୍ଚି ବିଦ୍ୟାଳୟର ଭିତ୍ତିଭୂମି, ପରିବେଶ ଦେଖିବା ସହ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ପରେ ତାଳବଣିଆ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର, ନୀଳାଦ୍ରି ବିଚ ସ୍ଥିତ ମିଶନ ଶକ୍ତି କାଫେ ଦେଖିବା ସହ ଉଦ୍ଦେଶ୍ୟ, ଲକ୍ଷ୍ୟ ଓ କାର୍ଯ୍ୟ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଉତ୍କଳ ବାଳାଶ୍ରମ ଓ ଜଗନ୍ନାଥ ଷ୍ଟାଡିୟମ ବୁଲି ଅନ୍ତେବାସୀଙ୍କ ସହ କଥା ହୋଇଥିଲେ । ପରେ ବାଟମଙ୍ଗଳା ଛକ ସ୍ଥିତ ମୋ ସେବା କେନ୍ଦ୍ର ଓ କୁକୁଡ଼ା ଫାର୍ମ ପରିଦର୍ଶନ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି କ୍ଷେତ୍ର ପରିଦର୍ଶନ ବିଦ୍ୟାର୍ଥୀମାନଙ୍କ କ୍ୟାରିଅର ପାଇଁ ଅନେକ ଉପଯୋଗୀ ସାବ୍ୟସ୍ତ ହେବା ସହ ଅଭିଜ୍ଞତା ଆଗକୁ ବଢ଼ିବାରେ ସାହାଯ୍ୟ କରିବ ବୋଲି ସମଗ୍ର ଅନୁଷ୍ଠାନର କର୍ମକର୍ତ୍ତା ତଥା ଟିମ ମ୍ୟାନେଜର ଉତ୍କର୍ଷ ଓ ସିଦ୍ଧାନ୍ତ ମତ ଦେଇଥିଲେ । ଏହି ପରିଦର୍ଶନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସହଯୋଗ କରିଥିଲେ

hiranchal ad1
Leave A Reply

Your email address will not be published.

six − two =