ପ୍ରବଳ ଭିଡରେ ସିନାପାଲି ଘୋଷଯାତ୍ରା,ମହିଳା ଟାଣିଲେ ଦେବଦଳନ ରଥ

0 169

ସିନାପାଲି:ନୂଆପଡ଼ା ଜିଲ୍ଲା ସିନାପାଲି ଅଣସର ସାରି ଗତକାଲି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ପରେ ଆଜି ସିନାପାଲିରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଏ ଅବସରରେ ରଥ ଟାଣିବାକୁ ଆଖପାଖ ଅଂଚଳ ତଥା ପଡୋଶୀ ଛତିଶଗଡ ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମଙ୍ଗଳବାର ସକାଳୁ ରୀତିନୀତି ଅନୁଯାୟୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାପାଠ ଆରମ୍ଭ ହେବା ସହ ଲୋକଙ୍କ ଭିଡ ପରିଲିକ୍ଷିତ ହୋଇଥିଲା । ଅପରାହ୍ଣରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ପରେ ଡ.ବିକାଶ ମେହେରଙ୍କ ଦ୍ୱାରା ତିନି ରଥରେ ଛେରାପହରା କରାଯାଇ ରଥଟଣା ଯାଇଥିଲା । ରଥଯାତ୍ରାରେ ପାରମ୍ପରିକ ସଂପ୍ରଦା, ସଂକୀର୍ତ୍ତନ, ଘଣ୍ଟ ବାଦ୍ୟ ସହ ଶ୍ରଦ୍ଧାଳୁଙ୍କ ହରିବୋଳ, ହୁଳହୁଳିରେ ସମଗ୍ର ପରିବେଶ ଉଲ୍ଲସିତ ହୋଇଥିଲା । ଏଠାକାର ପରମ୍ପରା ଅନୁସାରେ ମାଁ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣିଟାଣି ନେଇ ମାଉସୀ ମାଆ ମନ୍ଦିରରେ ପହଂଚାଇ ଥିଲେ । ସୂଚନାଯୋଗ୍ୟ ଯେ ପୁରୀ ଗଜପତିଙ୍କ ଦ୍ୱାରା ସିନାପାଲିରେ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିନ ଠାରୁ ଏଠାରେ ଆକର୍ଷଣୀୟ ତିନୋଟି ରଥ ଟଣା ଯିବା ସହ ଶ୍ରୀକ୍ଷେତ୍ରର ରୀତିନୀତି ଅନୁଯାୟୀ ଶ୍ରୀଜିଉଙ୍କ ସମସ୍ତ କାର୍ଯ୍ୟ ସଂପନ୍ନ କରାଯାଇ ଆସୁଛି । ରଥଯାତ୍ରାରେ ପ୍ରବଳ ଭିଡକୁ ଦେଖି ମନ୍ଦିର କମିଟି ତରଫରୁ ବିଭିନ୍ନ ସ୍ଥାନରେ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଆଦିର ବ୍ୟବସ୍ଥା କରାଯାଇଥିଲା । ଏଥିସହ ଏହି ବ୍ଲକ ଅନ୍ତର୍ଗତ ହାତୀବନ୍ଧା, କେନ୍ଦୁମୁଣ୍ଡା, ବ୍ରାହ୍ମଣପଡା, ପତିଏଲପଡା, ଚଳନା, ଗୋର୍ଲା, ସାଗୁନଭାଡି, ଟିମନପୁର, ଜାମଗାଁ, ଅରସାପଡା, ଗଣ୍ଡାବାହାଳି, ବରଗାଁ, ଗମ୍ଭାରିଗୁଡା, ସିଙ୍ଗଝର ଆଦି ଗ୍ରାମରେ ମଧ୍ୟ ଶାନ୍ତିଶୃଙ୍ଖଳାରେ ରଥଯାତ୍ରା ସଂପନ୍ନ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

three × 5 =