ବନ୍ୟପ୍ରାଣୀ ଅଭୟାରଣ୍ୟ ଅଂଚଳରେ ହେବାକୁ ଥିବା ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିଲେ ମନ୍ତ୍ରୀ

0 227

ହରଭଙ୍ଗା :ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଂଚଳର ଅତଲସରା ମହାନଦୀ କୂଳରେ ଥିବା ୫ଏକର ବିଶିଷ୍ଟ ଜାଗାରେ ପର୍ଯ୍ୟଟନୀ ସ୍ଥଳୀ ହେବା ସହ ଉଚ୍ଚତର ଟାୱାର ଘର, ବୋଟିଙ୍ଗ, ପର୍ଯ୍ୟଟନ ଓ ପିଲାଙ୍କ ପାଇଁ ବିଭିନ୍ନ ଦୋଳି ଆଦି ନିର୍ମାଣ କରାଯିବ । ଏହି ପର୍ଯ୍ୟଟନ ସ୍ଥଳୀର କ୍ଷେତ୍ର ପରିଦର୍ଶନରେ ଆଜି ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ, ପାନୀୟ ଜଳ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଆସିଥିଲେ । ଏହି କ୍ଷେତ୍ର ପରିଦର୍ଶନରେ ମନ୍ତ୍ରୀଙ୍କ ସମେତ ଜ଼ିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଜିଲ୍ଲା ଆରକ୍ଷୀ ଅଧିକାରୀ ରାଜ ପ୍ରସାଦ, ଡ଼ିଏଫଓ ଦେବପ୍ରିୟ କମ୍ପ, ନୟାଗଡ ବନ୍ୟ ପ୍ରାଣୀ ବିଭାଗ ଡ଼ିଏଫଓ ଫାଲଗୁନି ସାରଥୀ ମଲ୍ଲିକ, ଏସିଏଫ ଦେବୀପ୍ରସାଦ ରାଉତ ଓ ସୁଦୀପ୍ତ ମହାପାତ୍ର, ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକ, ତହସିଲ ଦାର ଶିବାନୀ ଦାସ, ରେଞ୍ଜର ସଂସାର ବର୍ଗିଆ, କର୍ମଚାରୀ ଏବଂ ଅଂଚଳର ଜଣାଶୁଣା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ଅତଲସରା ଗ୍ରାମବାସୀ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ ଓ ଗ୍ରାମରେ ଥିବା ମୌଳିକ ସମସ୍ୟାକୁ ମନ୍ତ୍ରୀଙ୍କ ଦୃଷ୍ଟି ଗୋଚର କରିଥିଲେ । ତତ୍‌ ପରେ ମନ୍ତ୍ରୀ ଦୁର୍ଗମ ଅଂଚଳ ମରଡା ଗ୍ରାମକୁ ଯାଇ ଗ୍ରାମ ବାସୀଙ୍କ ସହ ଆଲୋଚନା କରି ସ୍ୱାବଲମ୍ବୀ ପାଇଁ ବିଭିନ୍ନ ମାର୍ଗ ଦେବା ସହିତ କିଛି ଆର୍ଥିକ ସାହାଯ୍ୟ କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

two + four =