ଶ୍ରୀମନ୍ଦିର ପ୍ରଶାସନ ବିରୋଧରେ କ୍ଷୋଭ ପ୍ରକାଶ କଲେ ପୁରୀର ଶଙ୍କରାଚାର୍ଯ୍ୟ

0 111

ପୁରୀ : ଶ୍ରୀ ମନ୍ଦିର ପ୍ରଶାସନ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀର ଶଙ୍କରାଚାର୍ଯ୍ୟ । ଶ୍ରୀମନ୍ଦିର ସମ୍ପର୍କିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ବେଳେ ତାଙ୍କୁ ଅବଗତ କରାଯାଉନାହିଁ କି କୌଣସି ପରାମର୍ଶ ନିଆଯାଉନାହିଁ । ଯେତେବେଳେ କି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଶ୍ରୀ ମନ୍ଦିରରେ କୌଣସି ବିକାଶମୂଳକ କାର୍ଯ୍ୟ ହେଲେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ । ହେଲେ ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତ ଏବଂ ରାଜ୍ୟ ସରକାର ମଧ୍ୟ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଉପେକ୍ଷିତ କରୁଛନ୍ତି । ଯାହାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଭିନ୍ନ ବିବାଦ ଚାଲିଥିବା ବେଳେ ଏ ସଂପର୍କରେ ଆପଣଙ୍କ ମତ ଲୋଡ଼ାଯାଇଛି କି ସାମ୍ୱାଦିକ ମାନେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପ୍ରଶ୍ନ କରାଯିବାରୁ ଏହି ଭଳି କିଛି କକ୍ଷୋଭ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ । ପ୍ରତ୍ୟେକ କ୍ଷେତ୍ରରେ ତାଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ । ଏଣୁ ସେ ଅଯଥାରେ ଉପରେ ପଡ଼ି ପ୍ରଶାସନକୁ ପରାମର୍ଶ ଦେଉ ନ ଥିବା ସେ ମତ ଦେଇଛନ୍ତି । କେବଳ ରଥଯାତ୍ରାରେ ପ୍ରଶାସନ ତାଙ୍କ ସହ ଯୋଗାଯୋଗ କରୁଥିବା ବେଳେ ଶ୍ରୀମନ୍ଦିର ସମ୍ପର୍କିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କୁ ପ୍ରଶାସନ, ସରକାର ଉପେକ୍ଷା କରୁଥିବା ଶଙ୍କରାଚାର୍ଯ୍ୟ କହିଚନ୍ତି ।

hiring


ସେହିପରି ଭକ୍ତଙ୍କ ପାଇଁ ୪ ଦ୍ୱାର ଖୋଲାଯିବା ଉଚିତ୍‌ କି ନୁହେଁ ସେ ନେଇ ମଧ୍ୟ କୌଣସି ମତ ଦେବାକୁ ମନା କରିଛନ୍ତି । ଯେତେବେଳେ ପ୍ରଶାସନ, ସେବାୟତ ତାଙ୍କୁ ପଚାରୁନାହାନ୍ତି ସେ କାହିଁକି ଉପରେ ପଡ଼ି ପରାମର୍ଶ ଦେବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

5 × four =