ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

0 349

ଗଣିଆ : ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଉଦ୍ୟାନ କୃଷି ବିଭାଗ ତରଫରୁ ମଙ୍ଗଳବାର ଆଡକଟାସ୍ଥିତ ଉଦ୍ୟାନକୃଷି କାର୍ଯ୍ୟାଳୟ ପରିସରରେ ଉଦ୍ୟାନ କୃଷି ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୭୦ରୁ ଊଦ୍ଧ୍ୱର୍ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ତରଫରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନମୂଳକ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା , ସମ୍ମାନୀତ ଅତିଥି ଭାବେ ଆତ୍ମା କମିଟି ଅଧକ୍ଷା ଗୀତାରାଣୀ ରାଉତ, ଉଦ୍ୟାନ ବିଭାଗ ସହକାରୀ କୃଷି ଅଧିକାରୀ ୟାସ୍ମିନ ଗୁଲନାଜ଼, ନୟାଗଡ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଗୀତାଞ୍ଜଳି ସୁବୁଦ୍ଧି, ଏପିକଲ ଜିଲ୍ଲା ସଂଯୋଜକ ଅବିନାଶ ଦାଶ, କରଡାପଡା ସରପଞ୍ଚ ପ୍ରମୋଦିନୀ ସାହୁ, ଛାମୁଣ୍ଡିଆ ସରପଞ୍ଚ ଦୀପ୍ତିରେଖା ସେନାପତି, କିଶୋରପ୍ରସାଦ ସରପଞ୍ଚ ଗୀତାରାଣୀ ବେହେରା, ଉଦ୍ୟାନ କୃଷି ଓଭରସର କେଦାର ଚରଣ ବାରିକ, ଫିଲ୍ଡ ଅଫିସର ଗଙ୍ଗାଧର ସ୍ୱାଇଁ, ଉଦ୍ୟାନ ସାଥୀ ଦୀପକ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ବିଭାଗୀୟ ଅଧିକାରୀମାନେ ସରକାରଙ୍କ ଆଳୁ ମିଶନ, ମସଲା ମିଶନ, ଛତୁ ମିଶନ, ଘର ଅଗଣାରେ ସବୁଜ ପରିବା ଚାଷ, ଜିଆ ଚାଷ ପରି ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ପାରମ୍ପରିକ ପନିପରିବା ଚାଷ ବଦଳରେ ନୂତନ ଜ୍ଞାନକୌଶଳକୁ ଆପଣେଇ ଲାଭଜନକ ପନିପରିବା ଚାଷ କରିପାରିଲେ ଅଳ୍ପ ଜମିରେ ଅଧିକ ଲାଭ ପାଇପାରିବା ସହ ପରିବାର ପ୍ରତିପୋଷଣରେ ବେଶ୍‌ ସହାୟକ ହେବ ବୋଲି ଉପସ୍ଥିତ ଅତିଥି ଓ ବିଭାଗୀୟ ଅଧିକାରୀମାନେ ବୁଝାଇଥିଲେ ।

hiranchal ad1
Leave A Reply

Your email address will not be published.

two − 1 =