ମାଁ ବୁଢିମାଙ୍କର ସ୍ୱମନ୍ଦିର ପ୍ରବେଶ

0 170

ସୁବର୍ଣ୍ଣପୁର : ଆଜି ଜ୍ୟେଷ୍ଠ ଶୁକ୍ଲ ଷଷ୍ଠୀ ଲଗ୍ନେ ସୋନପୁର ଢେରାପଡା ସ୍ଥିତ ମାଁ ବୁଢିମା ନୂତନ ମନ୍ଦିରକୁ ବିଜେ କରିଛନ୍ତି । ଗତ ୨୧ତାରିଖଠାରୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆରମ୍ଭ ହୋଇଥିବା ଏହି ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ସହ ଆଜି ବୁଢିମାଙ୍କର ମନ୍ଦିର ବିଜେ ହୋଇଛି । ଆଜି ସକାଳେ ଯଜ୍ଞ ମଣ୍ଡପରେ ଶାନ୍ତି ପାଠ, ମଙ୍ଗଳାଷ୍ଟକ, ସୂର୍ଯ୍ୟ ପୂଜା, ଆବାହିତ ସର୍ବ ଦେବାଦେବୀ ପୂଜା, ମହାସ୍ନାନ, ଛାୟାସ୍ନାନ ସହ ଷୋଡ଼ଶ ଉପଚାର ପୂଜା, ହବନ, ପୂର୍ଣ୍ଣାହୂତି, ଆରତୀ ପୁଷ୍ପାଞ୍ଜଳି, ଯୂପପୋତନ, ବଳିଦାନ ପରେ ଘଣ୍ଟ ଘଣ୍ଟା ହୁଳହୁଳି ଓ ହରିବୋଲର ତାଳେ ତାଳେ ମାଁ ବୁଢିମା ସ୍ୱମନ୍ଦିରକୁ ବିଜେ କରିଛନ୍ତି । ସୂଚନାଯୋଗ୍ୟ ଯେ ସଂପୂର୍ଣ୍ଣ ଦକ୍ଷିଣ ଭାରତୀୟ ଶୈଳୀରେ ନିର୍ମିତ ଏହି ଭବ୍ୟ ମନ୍ଦିର ନିର୍ମାଣରେ ପ୍ରାୟ ଷାଠିଏ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ବେଳେ ମନ୍ଦିର ମାଳିନୀ ସୁବର୍ଣ୍ଣପୁରକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହା ବହୁ ପରିମାଣରେ ଆକୃଷ୍ଟ କରିବ ବୋଲି ଅନୁମାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

18 − four =