କୋକସରା ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର : ପ୍ରଚାର ପ୍ରସାର ଅଭାବ, ଅଧିକାରୀ ଅଧିକ ଅଭିଯୋଗକାରୀ କମ୍‌

0 87

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରଶାସନର ଅବହେଳା ଓ ପ୍ରଚାର ପ୍ରସାର ଦିଗରେ ଗୁରୁତ୍ୱ ଦିଆନଯିବା କାରଣରୁ ବ୍ଳକସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଅଧିକାରୀଙ୍କ ଉପସ୍ଥିତି ଅଧିକ ଥିବାବେଳେ ଲୋକଙ୍କ ସଂଖ୍ୟା କମ୍‌ ଦେଖିବାକୁ ମିଲିଛି । ସୋମବାର ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବ୍ଳକସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, କଳାହାଣ୍ଡି ଆରକ୍ଷୀ ଅଧ୍ୟୀକ୍ଷକ ଅଭିଲାଷ ଜି, ଧର୍ମଗଡ଼ ଉପ ଜିଲ୍ଲାପାଳ ବେଦ ଭୁଷଣ, ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର, କୋକସରା ତହସିଲଦାର ତଥା ବିଡ଼ିଓ ଦେବବ୍ରତ କରାଟି, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗ, ଅଗ୍ନିଶମ ବିଭାଗ, ପୁଲିସ ବିଭାଗ, ବନ ବିଭାଗ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଭଳି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଶିବିରରେ ଅଧିକାରୀଙ୍କ ଉପସ୍ଥିତି ଅଧିକ ଥିବାବେଳେ କମ୍‌ ସଂଖ୍ୟକ ଲୋକ ଶିବିରରେ ଆସି ବିଭିନ୍ନ ଆପତ୍ତି ଅଭିଯୋଗ କରିବା ଦେଖିବାକୁ ମିଳିଥିଲା । ୨୨ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ମାତ୍ର ୫୬ ଜଣ ଲୋକେ ଶିବିରରେ ଆସି ଅଭିଯୋଗ ପଞ୍ଜିକରଣ କରିଥିବା ସୂଚନା ମିଳିଛି । ତେବେ ବ୍ଳକ ପ୍ରଶାସନର ଅବହେଳା ଓ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ଅଭିଯୋଗ ଆସିବା ଜାଣିବାକୁ ପାଇଁ ବ୍ଳକ ପ୍ରଶାସନ ପ୍ରଚାର ପ୍ରସାର ଦିଗରେ ଗୁରୁତ୍ୱ ଦେଇ ନଥିବା ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି । ଅନ୍ୟପଟେ ଶିବିରରେ ଲୋକଙ୍କ ଉପସ୍ଥିତ କମ୍‌ ଦେଖିବାକୁ ମିଲିଥିବା ବେଳେ ଶିବିରରେ ଯୋଗଦେବା ଆଗରୁ ଜିଲ୍ଲାପାଳ କାଉଡୋଲା, ଆମପାଣି, ରଏନଗୁଡା ଓ ଗୋତମୁଣ୍ଡା ଠାରେ ଚାଲିଥିବା ୫ଟି ରୂପାନ୍ତରୀତ ସ୍କୁଲ ପରିଦର୍ଶନରେ ଚାଲି ଯାଇଥିଲେ । ଏବଂ ଦୀର୍ଘ ୧ଘଣ୍ଟା ପାଖାପାଖି ପରେ ଅଭିଯୋଗ ଶୁଣାଣୀ ଶିବିରରେ ଯୋଗଦେଇଥିଲେ । ଯାହା କିଛି ଲୋକେ ଶିବିରରେ ଆସିଥିଲେ ସେମାନେ ଅନେକ ସମୟ ଅପେକ୍ଷା ପରେ ଜିଲ୍ଲାପାଳ ନିକଟରେ ନିଜର ଆପତ୍ତି ଅଭିଯୋଗ ଜଣାଇଥିଲେ । ତେବେ ବ୍ଳକ ପ୍ରଶାସନର ଏଭଳି ଅବହେଳା ଯୋଗୁଁ ଲୋକେ କ୍ଷୋଭ ପ୍ରକାଶ କରିଥିବା ବେଳେ ଆଗକୁ ପ୍ରଚାର ପ୍ରସାର ଦିଗରେ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

4 × 4 =