ପିତାମ୍ବରପୁର ପଞ୍ଚାୟତରେ ସଚେତନତା ଶିବିର

0 208

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ର ପିତାମ୍ବରପୁର ପଞ୍ଚାୟତ ପରିସରରେ ୱାଇସିଡିଏ ବୌଦ୍ଧ ଓ ବିଏନ୍‌ଆଇ ବାଙ୍ଗାଲୋର୍‌ ତରଫରୁ ଏକ ସଚେତନ ଶିବିର ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଗଠିତ ବିକାଶ ପରିବାର ଉପରେ ସଚେତନତା କରାଯାଇଥିଲା । ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଯୋଗ ଦେଇ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନ କରିବା ସହ ପଞ୍ଚୟାତରେ ମାନସିକ ରୋଗୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ସମାଧାନ ପାଇଁ ଏକ ଦାବିପତ୍ର ସରପଞ୍ଚଙ୍କୁ ଦେଇଥିଲେ । ଯାହାକୁ ସରପଞ୍ଚ ଆଗାମୀ ଦିନରେ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ବିକାଶ ଏଫ୍‌ଏସ୍‌ଜିର ମୋଟ ୧୪ଜଣ ସଭ୍ୟ ଯୋଗ ଦେବା ସହ, ପଂଚାୟତର ସରପଞ୍ଚ, ୱାର୍ଡ ମେମ୍ବର ଓ ବିଭିନ୍ନ କର୍ମକର୍ତ୍ତା ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମର ଗିରିଶ ମେହେର, ଅନିଲ ସାଣ୍ଡ, ଜୟଶ୍ରୀ ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen − nine =