ଲଷ୍ମୀପୁର ରାସ୍ତା ଶୋଚନୀୟ, ଅତିଶୀଘ୍ର ନୂତନ ରାସ୍ତା ନିର୍ମାଣ ପାଇଁ ଦାବି

0 123

ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ବରଗାଁ ଗ୍ରାମ ପଞ୍ଚାୟତ ଡୁମେରବାହାଲ ଗ୍ରାମର ଏକ ପଡା ହେଉଛି ଲଷ୍ମୀପୁର । ପଡାରେ ଯାତାୟତ କରୁଥିବା ରାସ୍ତାଟି ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି । ଗତ ୨୫ ବର୍ଷ ତଳେ ହୋଇଥିବା କଂକ୍ରିଟ ସମ୍ପୂର୍ଣ୍ଣ ଉପୁଡି ଯାଇଛନ୍ତି । ଆଉ ଥରେ ରାସ୍ତା ନିର୍ମାଣ ହେଉନଥିବାରୁ ପଡ଼ାବାସୀଙ୍କୁ ଯାତାୟତ କରିବାରେ ଦୁର୍ବିସହ ହୋଇପଡୁଛି । ଗ୍ରାମରେ ଦୁଇଗୋଟି ସିମେଣ୍ଟ ଓ ଛଡ ଦୋକାନ ଥିବାରୁ ଦୌନିକ ଶତାଧିକ ଲୋକଙ୍କ ଭିଡ଼ ଜମି ରହିଥାଏ । ସୂଚନା ଥାଉକି ଏହି ଲଷ୍ମୀପୁର ଡା ୧୯୭୪ ମସିହାରେ ବସତି ସ୍ଥାପନ ହୋଇଥିବା ବେଳେ ବର୍ତ୍ତମାନ ୫୦ ବର୍ଷରେ ପଦାର୍ପଣ କରିଛି । ଖଡ଼ିଆଳ ନୂଆପଡା ୩୫୩ ନମ୍ବର ଜାତୀୟ ରାଜପଥରେ ପଡାଟି ରହିଛି । ବର୍ତ୍ତମାନ ରାସ୍ତାକୁ ମରାମତି ନ କରି ନୂତନ ଭାବେ ଏକ କଂକ୍ରିଟ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏ ବିଷୟରେ ଖଡ଼ିଆଳ ବିଡିଓ ବିରସେନ ବେହେରାଙ୍କୁ ଯୋଗାଯୋଗ କରିବାରୁ ଅତିଶୀଘ୍ର କଂକ୍ରିଟ ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

hiranchal ad1
Leave A Reply

Your email address will not be published.

5 × three =