ବନବିଭାଗ ପକ୍ଷରୁ ବାର୍ଷିକ ସ୍ଥିତ ସମୀକ୍ଷା ବୈଠକ, ତିନି କ୍ଷେତ୍ରାଞ୍ଚଳର କାର୍ଯ୍ୟ ଉପରେ କରାଗଲା ସମୀକ୍ଷା

0 87

ହରଭଙ୍ଗା :ଓଡିଶା ବନାଞ୍ଚଳ ବୌଦ୍ଧ ଜିଲ୍ଲାର ୩ଗୋଟି କ୍ଷେତ୍ରାଞ୍ଚଳର ବାର୍ଷିକ ସ୍ଥିତି ସମୀକ୍ଷା ବୈଠକ ହରଭଙ୍ଗା ବ୍ଲକ ବିରାନରସିଂପୁର ସ୍ଥିତ ସ୍ଥାୟୀ ନର୍ସରୀ ସଭାଗୃହ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଓଡିଶା ବନାଞ୍ଚଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲାର ୩ଗୋଟି କ୍ଷେତ୍ରାଞ୍ଚଳ ଯଥା ବୌଦ୍ଧ, ମନମୁଣ୍ଡା, କଣ୍ଟାମାଳରେ ହେଉଥିବା ବୃକ୍ଷ ରୋପଣ, ଜୀବନ ଜୀବିକା, ଜଙ୍ଗଲ ଓ କୃଷି ବିଭିନ୍ନ ବିଭାଗର ସହଭାଗିତାରେ ହେଉଥିବା ନେଇ ଆଲୋଚନା କରାଯାଇଥିଲା । ଜଙ୍ଗଲର ସୁରକ୍ଷା ଓ ଉନ୍ନତି ଦିଗରେ ତିନି ଗୋଟି କ୍ଷେତ୍ରାଞ୍ଚଳରେ ତିଆରି କରାଯାଇଥିବା ୭୧ଟି ବନ ସୁରକ୍ଷା ସମିତିକୁ ଆବର୍ତ୍ତନ ପାଣ୍ଠିରୁ ୨ଲକ୍ଷ ଟଙ୍କା ବ୍ୟୟ ଅଟକଳ କରି ଦିଆଯାଇଥିଲା । “କାର୍ବନ କ୍ରେଡ଼ଟ “ଯଥା ବାୟୁ ମଣ୍ଡଳରେ ବାହାର ଜିଲ୍ଲା ରାଜ୍ୟରୁ ପ୍ରଦୂଷଣ ଯୁକ୍ତ ବାୟୁକୁ ପ୍ରତିରୋଧ କରିବାପାଇଁ ନୂତନ ପଦକ୍ଷେପ ନେବାକୁ ସ୍ଥିର କରାଯାଇଛି ବୋଲି ବନବିଭାଗ ପକ୍ଷରୁ ସୂଚନା ସହିତ ଜଙ୍ଗଲ ପରିସୀମାକୁ ଜିପିଏସ ମାଧ୍ୟମରେ ଅନୁସରଣ କରାଯିବା ସହ କାର୍ଯ୍ୟକ୍ଷେତ୍ରରେ ସହାୟତା ହେବା ନେଇ ମତ ଆସିଥିଲା । ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ବନ୍ୟ ଜନ୍ତୁଙ୍କ ସୁରକ୍ଷା ଉପରେ ହେଉଥିବା ବାର୍ଷିକ କାର୍ଯ୍ୟର ସମସ୍ତ ପ୍ରକଳ୍ପକୁ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରାଯାଇଥିଲା । ଉକ୍ତ ସମୀକ୍ଷା ବୈଠକରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ସମ୍ମାନିତ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ଜିଲ୍ଲା ବନ ଅଧିକାରୀ -ଦେବପ୍ରିୟ କମ୍ପୋ ପ୍ରମୁଖ ଉପସ୍ଥିତ ଥିଲେ । ବନ ବିଭାଗ ସହିତ ସହବନ୍ଧିତ ଥିବା ଜିଲ୍ଲା ପଶୁଚିକିତ୍ସା ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ପାଲହାର, ମୃତ୍ତିକା ସଂରକ୍ଷଣ ବିଭାଗ, ମତ୍ସ୍ୟବିଭାଗ, ଏନ୍‌ଏଚ୍‌ଆରଡିଏଫ ପାଲଝାର, ଏସି ଏଫ -ଆଶିଷ ଦିଗାଲ, ଏସିଏଫ -ମିନାକ୍ଷୀ କୁମରା, ଏସିଏଫ -କ୍ଷୀରଦ୍ରି ପ୍ରଧାନ ସମେତ ତିନି କ୍ଷେତ୍ରାଞ୍ଚଳର ସମସ୍ତ କର୍ମଚାରୀ, ସ୍କୁଲ ଛାତ୍ରଛାତ୍ରୀ ଉକ୍ତ ବୈଠକରେ ଉପସ୍ଥିତ ରହିଥିବା ବେଳେ ସଞ୍ଜୟ କୁମାର ପଟ୍ଟନାୟକ ଓ ଶିବଦତ୍ତ ଅଗସ୍ତି ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟ କ୍ଷେତ୍ରରେ ଦକ୍ଷତା ଆଣିଥିବା ଜିଲ୍ଲା ସ୍ତରରେ ୯ଜଣ ବିଭାଗୀୟ କର୍ମଚାରୀଙ୍କୁ ଜିଲ୍ଲା ପାଳ ଶ୍ରୀ ସାହୁ ମାନପତ୍ର ଓ ଉପ ଢୌକନ ଦେଇ ସମ୍ମାନିତ କରିଥିଲେ ।

hiranchal ad1
Leave A Reply

Your email address will not be published.

11 − two =