ବିବାହ ବାର୍ଷିକୀରେ ରକ୍ତଦାନ କରି ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ

0 76

ଫୁଲବାଣୀ : ରକ୍ତଦାନ ମହାପୂଣ୍ୟ । ଏହାକୁ ସାକାର କରିବା ପାଇଁ ନିଜର ଚତୁର୍ଥ ବିବାହ ବାର୍ଷିକୀରେ ରୋଟାରି କ୍ଲବ ପକ୍ଷରୁ ନାରାୟଣୀ ମନ୍ଦିର ରୋଡରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିରରେ ଯୋଗଦେଇ ରକ୍ତ ଦାନ କରି ବିବାହ ବାର୍ଷିକୀକୁ ଅଧିକ ସ୍ମରଣୀୟ କରିଛନ୍ତି ଟିକାବାଲି ଅଂଚଳର ଯୁବ ସମାଜସେବୀ ଏନ. ନୀଳମାଧବ ପାତ୍ର ଓ ଏନ. ଦିପ୍ତିମୟୀ ପାତ୍ର ।
ଫଳରେ ରୋଟାରୀ କ୍ଲବ ପକ୍ଷରୁ ଏହି ଦମ୍ପତିଙ୍କୁ ଉତ୍ସାହିତ କରିବା ପାଇଁ ପୁଷ୍ପ ଗୁଚ୍ଛ, ପ୍ରମାଣପତ୍ର, ଓ ଚକଲେଟ ପ୍ୟାକେଟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ବ୍ଲଡ଼ ବ୍ୟାଙ୍କ ଅଫିସର ଡା. ରାଜଦୀପ ଘୋଷ, ରୋଟାରୀ ସଭାପତି ହରିଶ୍ଚନ୍ଦ୍ର ମହାରଣା, ରୋଟାରୀଆନ ତଥା ବରିଷ୍ଠ ସାମ୍ବାଦିକ, ସୁନୀଲ ପଟ୍ଟନାୟକ , ବରିଷ୍ଠ ରୋଟାରୀଆନ ରବିନାରାୟଣ ସୁବୁଦ୍ଧି , ଶରତ ସୁବୁଦ୍ଧି, ଶିବରାମ ନାୟକ, ପଦ୍ମ ଚରଣ ସ୍ୱାଇଁ, ପବନ ଅଗ୍ରୱାଲ, ବାବି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧିତ ହେବା ପରେ ରୋଟାରୀ କ୍ଲବ ସଦସ୍ୟ ଓ ସଦସ୍ୟା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଏହା ସେମାନଙ୍କୁ ଆଗକୁ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିବ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

16 + 19 =