୭ ହଜାର ଟଙ୍କା ଲାଞ୍ଚ ମାମଲାରେ ଅଭିଯୁକ୍ତକୁ ୪ବର୍ଷ ଜେଲ୍‌

0 104

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଭିଜିଲାନ୍ସ ଜଜ ଏକ ଲାଞ୍ଚ ମାମଲାର ବିଚାରଣ କରି ଫୁଲବାଣୀ ଉଦ୍ୟାନ ବିଭାଗ କନିଷ୍ଠ କିରାଣୀ ପ୍ରଦୀପ କୁମାର ଚୌଧୁରୀଙ୍କୁ ଚାରି ବର୍ଷ ସଶ୍ରମ କାରାଦଣ୍ଡ ଘୋଷଣା କରିବାସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକା ୬ ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି କୋର୍ଟ । ସୂଚନା ଅନୁସାରେ, ଅଭିଯୁକ୍ତ ପ୍ରଦୀପ କୁମାର ଚୌଧୁରୀ ନିଜ ବିଭାଗର ସୁନୀଲ ବେହେରା ନାମକ ଜଣେ ଫିଲ୍ଡ କର୍ମଚାରୀଙ୍କ ସାଲାରୀ ଆକାଉଣ୍ଟ ଏସବିଆଇ ବାଲିଗୁଡରୁ ଫୁଲବାଣୀ ଆନ୍ଧ୍ରବ୍ୟାଙ୍କକୁ ଟ୍ରାନ୍ସଫର କରିବାକୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ । ଭିଜିଲାନ୍ସ ପକ୍ଷରୁ ୪୪/୧୮ ରେ ମାମଲ ରୁଜୁ ହୋଇଥିଲା । ଫୁଲବାଣୀ ଭିଜିଲାନ୍ସ ଡ଼ିଏସପି ଆର. କେ ସୁନା ଆଇ, ରହିଥିବା ବେଳେ ପି. ଛତ୍ରିଆ ଟିଏଲଓ ଦାଇତ୍ୱ ତୁଲାଇଥିଲେ । ବରିଷ୍ଠ ଆଇନଜୀବୀ ତଥା ଭିଜିଲାନ୍ସ ସ୍ୱତନ୍ତ୍ର ପିପି ଭି. ଭି ରାମ ଦାଶ ମକଦମା ପରିଚାଳନା କରୁଥିଲେ ।

hiranchal ad1
Leave A Reply

Your email address will not be published.

five × one =